ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଵେ।
ମା’ ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା,ଚଣ୍ଡୀପାଠ,ମନ୍ତ୍ରଯାପକ,ସହସ୍ରନାମ ପାଠକଙ୍କୁ ବରଣ କରାଯିବ। ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ,ମା ବାଟମଙ୍ଗଳା,ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେଵେ। ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଷ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ
ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
Miscellaneous
ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍
ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।
Miscellaneous
ଆଜିଠୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ
ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ।