କଳାହାଣ୍ଡି: ନିୟମଗିରିରେ ପୁଣି ଉଠିଛି ବେଦାନ୍ତ ବିରୋଧୀ ସ୍ୱର । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶ କ୍ରମେ ହୋଇଥିବା ପଲ୍ଲୀସଭାର ନିଷ୍ପତ୍ତି ଅନୁସାରେ ନିୟମଗିରି ଖଣି ବେଦାନ୍ତକୁ ମିଳି ନ ଥିବା ବେଳେ ସରକାର କାହିଁକି କମ୍ପାନୀକୁ ଏଠାରୁ ହଟାଉନାହାନ୍ତି ବୋଲି ପ୍ରଶ୍ନ କରିଛି ନିୟମଗିରି ସୁରକ୍ଷା ସମିତି । ଅନ୍ୟପକ୍ଷେ ବେଦାନ୍ତ କମ୍ପାନୀକୁ ସମ୍ପୂର୍ଣ୍ଣ ହଟାଇବାକୁ ଏକଜୁଟ୍ ହେଉଛନ୍ତି ଡଙ୍ଗରିଆ ଆଦିବାସୀ । ବେଦାନ୍ତର କାରଖାନା ଦ୍ୱାରା ନିୟମଗିରି ଅଞ୍ଚଳରେ ପରିବେଶ ନଷ୍ଟ ହେଉଥିବା ଡଙ୍ଗରିଆ କନ୍ଧମାନେ ଅଭିଯୋଗ କରିଛନ୍ତି । ନିୟମଗିରି ପାହାଡ ଉପରେ ରହୁଥିବା ୮୦ଟି ଗାଁର ଡଙ୍ଗରିଆ କନ୍ଧ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ସକଟା ସମାବେଶରେ ଏକାଠି ହୋଇଥିଲେ । ନିୟମଗିରି ପାଦଦେଶରେ ବେଦାନ୍ତ କାରଖାନା ଶବ୍ଦ ଓ ବାୟୁ ପ୍ରଦ୍ୟୁଷଣ କରିବା ଦ୍ୱାରା ପାହାଡ ଉପରେ ବସବାସ କରୁଥିବା ଅଧିବାସୀମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଆଗାମୀ ଦିନରେ ସରକାର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନ ହାତକୁ ନେବାକୁ ସଭାରେ ଚେତାବନୀ ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।