ସିଲ୍‌ ହେଲା ପଞ୍ଜାବୀ ମଠ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପ୍ରାଚୀନ ପଞ୍ଜାବୀ ମଠକୁ ଆଜି ସିଲ୍‌ କରିଛି ଜିଲ୍ଲା ପୁଲିସ ପ୍ରଶାସନ। ମଠରେ ନିଶା କାରବାର ଚାଲିଥିବା ଦର୍ଶାଇ ସିଲ୍‌ କରିଛି ପୁଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ପଞ୍ଜାବୀ ମଠକୁ ଯାଇ ବର୍ଷ ବର୍ଷ ଧରି ରହିଆସୁଥିବା ଅନେକ ପରିବାରକୁ ନିଜ ନିଜ ଆସବାବାପତ୍ର ଧରି ସ୍ଥାନକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ […]

punjabi-math-ceil-in-puri

Manoranjan Sial
  • Published: Monday, 02 December 2019
  • , Updated: 02 December 2019, 07:07 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପ୍ରାଚୀନ ପଞ୍ଜାବୀ ମଠକୁ ଆଜି ସିଲ୍‌ କରିଛି ଜିଲ୍ଲା ପୁଲିସ ପ୍ରଶାସନ। ମଠରେ ନିଶା କାରବାର ଚାଲିଥିବା ଦର୍ଶାଇ ସିଲ୍‌ କରିଛି ପୁଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ପଞ୍ଜାବୀ ମଠକୁ ଯାଇ ବର୍ଷ ବର୍ଷ ଧରି ରହିଆସୁଥିବା ଅନେକ ପରିବାରକୁ ନିଜ ନିଜ ଆସବାବାପତ୍ର ଧରି ସ୍ଥାନକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା ଏହି ମଠ ଭଙ୍ଗାଯିବ ନା ସୁରକ୍ଷିତ ରଖାଯିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ଆଉ ଏବେ ନିଶା କାରବାର ସଂପୃକ୍ତ ଅଭିଯୋଗରେ ପୁଲିସ ଏହି ପ୍ରାଚୀନ ମଠକୁ ସିଲ୍ କରିଛି।

ଏପଟେ ନିଶାକାରବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନ୍ତେବାସୀ। ବିନା ଥଇଥାନରେ ଉଚ୍ଛେଦ କରାଯାଉଛି ବୋଲି ଅଭିଯୋଗ ଉରିଛନ୍ତି।

Related story