ପୁରୀ: ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ବିରୋଧରେ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଜାରି ରହିଛି । ହାଇଦ୍ରାବାଦର ନବଯୁଗ ଇଞ୍ଜିନିୟରିଂ ନାମକ ଏକ ଘରୋଇ କମ୍ପାନୀ ଏହି ବନ୍ଦର ନିର୍ମାଣ କରିବ । ହେଲେ ପୀର ଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଦୀର୍ଘଦିନ ବନ୍ଦର ନିର୍ମାଣକୁ ବିରୋଧ କରାଯାଉଛି । ଛୁରିଆନା ପଞ୍ଚାୟତ ସୁଧିକେଶ ମୌଜାର ୪ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିର ଅଧିଗ୍ରହଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଇସ୍ତାହାର ପ୍ରକାଶ […]

bandara

bandara

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 04:25 AM IST

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ବିରୋଧରେ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଜାରି ରହିଛି । ହାଇଦ୍ରାବାଦର ନବଯୁଗ ଇଞ୍ଜିନିୟରିଂ ନାମକ ଏକ ଘରୋଇ କମ୍ପାନୀ ଏହି ବନ୍ଦର ନିର୍ମାଣ କରିବ । ହେଲେ ପୀର ଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଦୀର୍ଘଦିନ ବନ୍ଦର ନିର୍ମାଣକୁ ବିରୋଧ କରାଯାଉଛି । ଛୁରିଆନା ପଞ୍ଚାୟତ ସୁଧିକେଶ ମୌଜାର ୪ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିର ଅଧିଗ୍ରହଣ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗତ ୧୨ ତାରିଖରେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଏକ ଜନସମାବେଶ ମଧ୍ୟ ଆୟୋଜିତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos