ଧାଡ଼ିଦର୍ଶନକୁ ବିରୋଧ, କାଲି ପୁରୀ ବନ୍ଦ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ବ୍ୟବସ୍ଥା ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଭକ୍ତ ଓ ସେବାୟତ ଏହାକୁ ଜୋରଦାର ବିରୋଧ କରିଛନ୍ତି। ମଙ୍ଗଳ ଆଳତୀ ଦେଖିବା ଲାଗି ଗତକାଲି ପରି ଆଜି ମଧ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ। ଅବଶ୍ୟ ପରେ ଶୃଙ୍ଖଳିତ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା। ଦର୍ଶନରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି। ଏପରିକି ତିନିଦ୍ୱାର ବନ୍ଦ […]

Jagannath-Temple

Jagannath-Temple

Manoranjan Sial
  • Published: Tuesday, 02 October 2018
  • Updated: 03 October 2018, 07:27 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ। ବ୍ୟବସ୍ଥା ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଭକ୍ତ ଓ ସେବାୟତ ଏହାକୁ ଜୋରଦାର ବିରୋଧ କରିଛନ୍ତି। ମଙ୍ଗଳ ଆଳତୀ ଦେଖିବା ଲାଗି ଗତକାଲି ପରି ଆଜି ମଧ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ। ଅବଶ୍ୟ ପରେ ଶୃଙ୍ଖଳିତ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା।

ଦର୍ଶନରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି। ଏପରିକି ତିନିଦ୍ୱାର ବନ୍ଦ କରିବା ନିଷ୍ପତ୍ତି ପରମ୍ପରାକୁ କ୍ଷୂଣ୍ଣ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏହି ଧାଡ଼ିଦର୍ଶନ ବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକଙ୍କୁ ମାଡ଼, ରତ୍ନଭଣ୍ଡାର ଚାବି ହଜିବା ଓ ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା କହିଛି।

ତିନିଦ୍ୱାର ବନ୍ଦ ବ୍ୟବସ୍ଥାକୁ ଦୃଢ ବିରୋଧ କରିଛନ୍ତି ସେବାୟତ। ଯଦି ତିନିଦ୍ୱାରକୁ ବନ୍ଦ କରାଯାଏ, ତାହାହେଲେ ହଜାର ହଜାର ଭକ୍ତ ଧସେଇ ପଶିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos