ପୁରୀରେ ଫୁଟିଲା ଗୁଳି: ଏନ୍‌କାଉଣ୍ଟରରେ ଅପରାଧୀ ସଞ୍ଜୟ ବେହେରା ଆହତ

ପୁରୀ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଦକ୍ଷିଣକାଳୀ ମନ୍ଦିର ନିକଟରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ୍ ଗୁଳିରେ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଗୁରୁତର ଆହତ ହୋଇଛି। ସଞ୍ଜୟର ଡାହାଣ ଗୋଡ଼ରେ ଗୁଳି ବାଜିଛି।  ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ କହିଛି। ସୂଚନାଯୋଗ୍ୟ, ଗତ ମେ’ ୧୩ ତାରିଖରେ ବାଟ ମଙ୍ଗଳା ଛକରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ […]

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 07:17 PM IST

ପୁରୀ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଦକ୍ଷିଣକାଳୀ ମନ୍ଦିର ନିକଟରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ୍ ଗୁଳିରେ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଗୁରୁତର ଆହତ ହୋଇଛି। ସଞ୍ଜୟର ଡାହାଣ ଗୋଡ଼ରେ ଗୁଳି ବାଜିଛି।  ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସଞ୍ଜୟ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ କହିଛି।

ସୂଚନାଯୋଗ୍ୟ, ଗତ ମେ’ ୧୩ ତାରିଖରେ ବାଟ ମଙ୍ଗଳା ଛକରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶଶି ନାୟକ ଆହତ ହୋଇଥିଲା।

Related story