ପୁରୀ ଗଣଦୁଷ୍କର୍ମ: ବର୍ଷିଲେ କଂଗ୍ରେସ ଓ ବିଜେପି, ହାତ ଟେକିଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ଭେଟିବା ପାଇଁ କଂଗ୍ରେସ ଆଜି ୭ଜଣିଆ ତଥ୍ୟଅନୁଧ୍ୟାନକାରୀ କମିଟି ଗଠନ କରିଥିବାବେଳେ ରକ୍ଷକ ଏଠି କାହିଁକି ଭକ୍ଷକ ସାଜିଛି ବୋଲି ବିଜେପି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି […]

Hanger-Photo

Hanger-Photo

Manoranjan Sial
  • Published: Tuesday, 03 December 2019
  • Updated: 03 December 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ପୀଡ଼ିତାଙ୍କୁ ଭେଟିବା ପାଇଁ କଂଗ୍ରେସ ଆଜି ୭ଜଣିଆ ତଥ୍ୟଅନୁଧ୍ୟାନକାରୀ କମିଟି ଗଠନ କରିଥିବାବେଳେ ରକ୍ଷକ ଏଠି କାହିଁକି ଭକ୍ଷକ ସାଜିଛି ବୋଲି ବିଜେପି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ରାଜନୀତିକରଣ ନକରି ସମସ୍ତଙ୍କର ସହଯୋଗ ଲୋଡ଼ିଛି। ନ୍ୟାୟ ବ୍ୟବସ୍ଥା ଓ ଆଇନ ଉପରେ ଆସ୍ଥା ରଖିବାକୁ ବିଜେଡି ନିବେଦନ କରିଛି।

ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଯାଜପୁରରେ ପିଇଓ ସ୍ମିତାରାଣୀ ବିଶ୍ୱାଳ, ରାଇରଙ୍ଗପୁରରେ ଅଧ୍ୟାପିକା ଓ ଏବେ ପୁରୀରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ଓ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି। ରକ୍ଷକ ଏଠି କାହିଁକି ଭକ୍ଷକ ସାଜିଛି ବୋଲି ଶ୍ରୀମତୀ ପରିଡ଼ା ପ୍ରଶ୍ନ କରିବା ସହ ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ଓ ଦୁଷ୍କର୍ମ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯାଜପୁରରେ ସ୍ମିତାରାଣୀ, ମୟୂରଭଞ୍ଜରେ ଅଧ୍ୟାପିକା ଓ ଗତକାଲି ପୁରୀରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନକରିବାକୁ ଗଣମାଧ୍ୟମରେ ବୟାନ ଦେଉଥିବାବେଳେ କାହିଁକି ବାରମ୍ବାର ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢ଼ୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ପୁରୀ ଗଣଦୁଷ୍କର୍ମ ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜି ୨୦ଦିନ ଭିତରେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ସାରା ରାଜ୍ୟରେ ଆନ୍ଦୋଳନକୁ କଂଗ୍ରେସ ତୀବତ୍ରର କରିବ ବୋଲି ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି। ଏହାସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କରାଯାଇଛି। ଏହି କମିଟି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବ। କମିଟିରେ ବିଜୟଲକ୍ଷ୍ମୀ ସାହୁ, ବଟକୃଷ୍ଣ ତ୍ରିପାଠୀ, ଶିବାନନ୍ଦ ରାୟ, ସତ୍ୟପ୍ରକାଶ ନାୟକ, ବନ୍ଦିତା ପରିଡ଼ା, ସୁଦର୍ଶନ ଦାସ ଓ ରଶ୍ମୀ ମହାପାତ୍ର ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରୀ ଘଟଣାକୁ ଏକ ସମ୍ବେଦନଶୀଳ ଘଟଣା ଓ ଏହାକୁ ନେଇ ରାଜନୀତିକରଣ କରାନଯାଉ ବୋଲି କହିଛନ୍ତି। ଏହା ଏକ ସାମାଜିକ ବ୍ୟାଧି ଓ ଏହା ବିରୁଦ୍ଧରେ ଲଢ଼ିବା ପାଇଁ ସମସ୍ତେ ଏକଜୁଟ ହେବାର ସମୟ ଆସିଛି ବୋଲି କହିବା ସହ ଗଣମାଧ୍ୟମରେ ବାରମ୍ବାର ଆଲୋଚନା ଓ ରାଜନୀତିକରଣ କରାଯାଉଥିବାରୁ ପୀଡ଼ିତା ଓ ତାଙ୍କ ପରିବାରକୁ ଅଧିକ ମାନସିକ ନିର୍ଯାତନା ମଧ୍ୟ ଦେଇ ଗତି କରିବାକୁ ପଡୁଥିବ। ପୁରୀ ଘଟଣାରେ ଯିଏବି ଦୋଷୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ନକଲି ପୁଲିସ ଆଇକାର୍ଡ ଦେଖାଇଥିବାରୁ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ପୁଲିସ ମଧ୍ୟ ଏଫଆଇଆର ରୁଜୁ କରିଛି। ପୋକସୋ ଓ ଆଇପିସିର ବିଭିନ୍ନ ଦଫାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି। ଏଭଳି ଘଟଣାର ଯେତେ ଆଲୋଚନା ହେବ ତାହା ପୀଡ଼ିତାଙ୍କ ମାନସିକତାକୁ ସେତେ ପ୍ରଭାବିତ କରିବ । ତେଣୁ ନ୍ୟାୟ ବ୍ୟବସ୍ଥା ଓ ଆଇନ ଉପରେ ସମସ୍ତେ ଆସ୍ଥା ପ୍ରକଟ କରିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story