ପୁରୀ ଗଣଦୁଷ୍କର୍ମ: ପୁଣି ଅନୁରୋଧ କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ରାଜନୀତିକ ବୟାନବାଜି କରି ଦୋଷ ଲୁଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଶାସକ ଦଳ ବିଜେଡି ପୁଣିଥରେ ଅନୁରୋଧ କରିବା ସହ ନିଜର ଅପାରଗତାକୁ ପଦାରେ ପକାଇଛି। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା […]

puri-gang-rape

Manoranjan Sial
  • Published: Wednesday, 04 December 2019
  • , Updated: 04 December 2019, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଶାସକ ବିଜେଡି ରାଜନୀତିକ ବୟାନବାଜି କରି ଦୋଷ ଲୁଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଶାସକ ଦଳ ବିଜେଡି ପୁଣିଥରେ ଅନୁରୋଧ କରିବା ସହ ନିଜର ଅପାରଗତାକୁ ପଦାରେ ପକାଇଛି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ କହିଛନ୍ତି ଯେ, ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ବିଭିନ୍ନ ରାଜନୀତିକ ଦଳ ବିଶେଷକରି ବିଜେପିକୁ ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ଏଭଳି ହୀନ ରାଜନୀତିରୁ ବିଜେପି ବିରତ ହେଉନାହିାଁ ଏଭଳି ଘଟଣାକୁ ନେଇ ରାଜନୀତି କରାଗଲେ ପୀଡ଼ିତା ଓ ତାଙ୍କ ପରିବାର ଗଭୀର ମାନସିକ ନିର୍ଯାତନାର ଶିକାର ହେବେ। ଏଭଳି ଜଘନ୍ୟ ଅପରାଧରେ ଲିପ୍ତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିା କିନ୍ତୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛିା ଏହା ମାମଲାକୁ ବାଟବଣା କରିବା ସହିତ ଅତି ତଳସ୍ତରର ରାଜନୀତିକୁ ଦର୍ଶାଉଛିା ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ଓଡ଼ିଶାରେ କୌଣସି ଜାତୀୟ ଦଳ ନିମ୍ନସ୍ତରର ରାଜନୀତି କରିବାର ନଜିର ନାହିାଁ ବିଜେପିର ଏଭଳି ଆଚରଣ ଯୋଗୁଁ ଓଡ଼ିଶାବାସୀ ନିକଟ ଅତୀତରେ ଦଳକୁ ପରାଜୟର ସ୍ୱାଦ ଚଖାଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଦଳ ଏଭଳି ସ୍ଥିତିର ବାରମ୍ବାର ସାମ୍ନା କରିବ ବୋଲି ବିଜେଡିି ସତର୍କ କରାଇ ଦେଇଛି। ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବାରୁ ବିଜେପି ବିରତ ରହୁ ଓ ସେମାନଙ୍କର ନେତାଙ୍କ ଜ୍ଞାନ ଉଦୟ ହେବ ବୋଲି ଏହି ନେତାମାନେ କହିଛନ୍ତି।

Related story