‘ଫୋନି’ ତାଣ୍ଡବ: ଛାରଖାର ହୋଇଯାଇଛି ପୁରୀ ରାଜଭବନ

ପୁରୀ (ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହାର ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟପୂର୍ଣ୍ଣ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ। ଧୂଳିସାତ୍ ହୋଇଯାଇଛି ରାଜଭବନର ସବୁଠୁ ବଡ଼ ଆକର୍ଷଣ, ପୁଷ୍ପ ଉଦ୍ୟାନ। ମାଟିରେ ମୋଡ଼ି ମକଚି ଲୋଟି ପଡ଼ିଛି ଶହ ଶହ ଗଛ। ରାଜଭବନ […]

puri

puri

Manoranjan Sial
  • Published: Friday, 10 May 2019
  • Updated: 10 May 2019, 09:47 PM IST

ପୁରୀ (ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହାର ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟପୂର୍ଣ୍ଣ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ। ଧୂଳିସାତ୍ ହୋଇଯାଇଛି ରାଜଭବନର ସବୁଠୁ ବଡ଼ ଆକର୍ଷଣ, ପୁଷ୍ପ ଉଦ୍ୟାନ। ମାଟିରେ ମୋଡ଼ି ମକଚି ଲୋଟି ପଡ଼ିଛି ଶହ ଶହ ଗଛ।

ରାଜଭବନ ଆଡ଼େ ଗଲେ ଆପଣଙ୍କୁ ଲାଗିବ ଯେମିତି ମଶାଣିରେ ଭୂତ ବଙ୍ଗଳାଟିଏ ଠିଆ ହୋଇଛି। ରାଜଭବନ ଭିତରର ଦୃଶ୍ୟ ଆହୁରି ଭୟଙ୍କର। ଏଠି ପାଣି ମାଡ଼ିନି କି ବାଲି ଚରିନି। କିନ୍ତୁ ‘ଫୋନି’ର ଉଗ୍ର ତାଣ୍ଡବ ବେଳେ ସମୁଦ୍ରରୁ ଉଡ଼ନ୍ତା ବାଲିରେ ପୋତି ହୋଇଯାଇଛି ରାଜଭବନ। କାନ୍ଥରୁ ଝଡ଼ି ପଡ଼ିଛି ପ୍ଲାଷ୍ଟର। ମୁଖ୍ୟ ଦର୍ଜା ଡେଇଁ ଭିତରେ ପଶିଲା ବେଳକୁ ବୈଠକ ଖାନା, ଆଲିସାନ୍‌ ସୋଫା, ମୁଖ୍ୟ ପ୍ରକୋଷ୍ଠ, ଶୟନ କକ୍ଷ, କନ୍‌ଫରେନ୍ସ ହଲ୍ ସବୁ ଛିନଛତର ଅବସ୍ଥାରେ ପଡ଼ିଛନ୍ତି।

କେବଳ ରାଜଭବନ ନୁହେଁ, ରାଜଭବନ ମୁଖ୍ୟଦ୍ୱାର ନିକଟରେ ଥିବା ଷ୍ଟାଫ କ୍ୱାର୍ଟର୍ସ ଅବସ୍ଥା ମଧ୍ୟ ସାଂଘାତିକ। ଛାତ ଉଡ଼ିଯାଇଥିବାରୁ ପ୍ରଳୟ ଦିନ ଜୀବନ ବଞ୍ଚାଇ ରାଜଭବନ ଭିତରକୁ ଚାଲିଯାଇଥିଲେ କର୍ମଚାରୀ। ସେବେଠୁ ଭୁତକୋଠି ପାଲଟି ଯାଇଥିବା ଏହି ରାଜଭବନ ଭିତରେ ଅଛନ୍ତି ସମସ୍ତେ। ହେଲେ ପାଣି ନାହିଁ, ବିଜୁଳି ନାହିଁ ଏବଂ କେହି ରିଲିଫ ମୁଠାଏ ମଧ୍ୟ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos