ଜଗମୋହନ କଳସ ଚକ୍ରର ମରାମତି ସଂପନ୍ନ

ପୁରୀ: ଦୁର୍ବଳ ହୋଇପଡ଼ିଥିବା ଶ୍ରୀମନ୍ଦିର ଜଗମୋହନ କଳସର ଚକ୍ରର ମରାମତି ସଂପନ୍ନ ହୋଇଛି। କଟକ ଓ ପୁରୀର କୁଶଳୀ କାରିଗରଙ୍କ ଦ୍ୱାରା ମରାମତି କାର୍ଯ୍ୟ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯାଇଛି। ଅଷ୍ଟଧାତୁରେ ନିର୍ମିତ ଏହି ଚକ୍ରରେ ଲାଗିଥିବା ନଟ୍‌ବୋଲ୍ଟ ଗୁଡ଼ିକ ଢିଲା ହୋଇଯାଇଥିବାରୁ ଏହା ଦୁର୍ବଳ ହୋପଡ଼ିଥିଲା। ବିଶେଷ କରି କଳସର ମୁଖ୍ୟ ଭାଗରେ ପୋତା ଯାଇଥିବା ଚକ୍ରର ଦଣ୍ଡଟି ଦୁର୍ବଳ ହୋଇପଡ଼ିଥିବାରୁ ଏହାକୁ କିପରି ଶକ୍ତ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଇଛି। […]

puritemple

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 08:32 PM IST

ପୁରୀ: ଦୁର୍ବଳ ହୋଇପଡ଼ିଥିବା ଶ୍ରୀମନ୍ଦିର ଜଗମୋହନ କଳସର ଚକ୍ରର ମରାମତି ସଂପନ୍ନ ହୋଇଛି। କଟକ ଓ ପୁରୀର କୁଶଳୀ କାରିଗରଙ୍କ ଦ୍ୱାରା ମରାମତି କାର୍ଯ୍ୟ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯାଇଛି। ଅଷ୍ଟଧାତୁରେ ନିର୍ମିତ ଏହି ଚକ୍ରରେ ଲାଗିଥିବା ନଟ୍‌ବୋଲ୍ଟ ଗୁଡ଼ିକ ଢିଲା ହୋଇଯାଇଥିବାରୁ ଏହା ଦୁର୍ବଳ ହୋପଡ଼ିଥିଲା। ବିଶେଷ କରି କଳସର ମୁଖ୍ୟ ଭାଗରେ ପୋତା ଯାଇଥିବା ଚକ୍ରର ଦଣ୍ଡଟି ଦୁର୍ବଳ ହୋଇପଡ଼ିଥିବାରୁ ଏହାକୁ କିପରି ଶକ୍ତ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଇଛି।

ଚକ୍ରରେ ଥିବା ଫାଟକୁ ସୋଲଡିଂ କରିବା ସହ ଢିଲା ହୋଇଯାଇଥିବା ସ୍ଥାନରେ ନଟ୍‌ବୋଲ୍ଟ ସବୁକୁ ଟାଇଟ୍‌ କରାଯାଇଛଇ। ଏହାସହ କେତେକ ସ୍ଥାନରେ ୱେଲଡିଂ କରାଯାଇ ଚକ୍ରକୁ ସୁରକ୍ଷା ଦିଆଯାଇଛି।

୨୦୧୪ ମସିହାରେ ନବକଳେବରକୁ ଦୃଷ୍ଟିରେ ରଖି ଜଗମୋହନରେ ନୂତନ କଳସ ସ୍ଥାପନ କରାଯାଇଥିଲା। କିନ୍ତୁ ଚକ୍ରରେ ପରିବର୍ତ୍ତନ କରାଯାଇ ନ ଥିଲା। କେବଳ କିଛି ନଟ୍‌ବୋଲ୍ଟ ବଦଳା ଯାଇଥିଲା। ମାତ୍ର ଦୁଇ ବର୍ଷ ପରେ ପୁଣି ଥରେ କଳସର ଚକ୍ର ଦୁର୍ବଳ ହୋଇପଡ଼ିଥିବାରୁ ଏହା ଚିନ୍ତାର କାରଣ ପାଲଟିଥିଲା।

Related story