ରୋଗୀ ମୃତ୍ୟୁକୁ  ନେଇ ପୁରୀ ଡାକ୍ତରଖାନାରେ ଭଙ୍ଗାରୁଜା

puriପୁରୀ:  ଚିକିତ୍ସା ଅବହେଳାରୁ  ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଗତକାଲି ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ବାଟଗାଁର ନବକିଶୋର  ଜେନା ହୃଦ୍‌ଘାତରେ ଆକ୍ରାନ୍ତ ହେବାରୁ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସା ଅବହେଳାରୁ  ନବକିଶୋରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାର ଚେୟାର ଟେବୁଲ୍‌ ଆଦି ଭାଙ୍ଗିବା ସହ ରେଜିଷ୍ଟ୍ରେସନ୍‌ କାଉଣ୍ଟରରରେ ଥିବା ୩ଟି କମ୍ପ୍ୟୁଟର, ଏସି, ଲାଇଟ୍‌ ଓ ଅକ୍ସଜେନ୍‌ ସିଲିଣ୍ଡର ଆଦି ଭାଙ୍ଗି ଦେଇଥିଲେ।

ପୋଲିସ୍‌ ଉପସ୍ଥିତିରେ ଏଭଳି ଲଙ୍କାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ଡାକ୍ତର ଓ କର୍ମଚାରୀଙ୍କୁ ମାଡ଼ ମାରିଲେ ରୋଗୀ ସେବା କିଭଳି କରାଯିବ ବୋଲି ପୁରୀ ଅତିରିକ୍ତ ଚିକିତ୍ସାଧିକାରୀ ପ୍ରଶ୍ନ କରିଛନ୍ତି।

 ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପୋଲିସ୍‌ କହିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦

କଟକ ସହରରୁ ୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌   

ରାଜଧାନୀରୁ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

କପି ଧରିଥିଲେ ବୋଲି ପ୍ରିନ୍ସପାଲଙ୍କ ମୁଣ୍ଡ ଫଟାଇ ଦେଲେ

ଗୋଟିଏ ଗାଁରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

କିନ୍ନରଙ୍କୁ ମିଳିବ ଭତ୍ତା

୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ରାଜ୍ୟରେ ଗୋଟିଏ ଦିନରେ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୮ ହଜାର ଟପିଲା ସଂଖ୍ୟା

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ଆଉଟ୍‌ଡୋର୍‌ ଆଜି ବନ୍ଦ

ବ୍ରହ୍ମପୁରର ୫ ପୁଲିସ୍ କର୍ମଚାରୀଙ୍କୁ କରୋନା

ରାଉରକେଲା ଆଇଜିଏଚ୍‌‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ