ପୁରୀ: ସମୁଦ୍ରରେ ବୁଡି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ପୁରୀ:  ପୁରୀ ବେଳାଭୂମିରେ ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସେହିଭଳି ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରଙ୍କ ନାଁ ଅଭିଜ୍ଞାନ ଆଲୋକ। ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡିଛି। ସେହିପରି ଆହତ ଛାତ୍ର ଜଣକ ହେଲେ ଅଭିଷେକ କୁମାର। ଘର ଝାଡ଼ଖଣ୍ଡ ବୋକାରୋରେ। ପୁରୀ ମୁଖ୍ୟ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ଏମାନେ ଭୁବନେଶ୍ୱର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର। ଆଜି ସକାଳେ କଲେଜର […]

photo_01

photo_01

Rakesh Mallick
  • Published: Friday, 14 August 2015
  • Updated: 14 August 2015, 08:57 AM IST

Sports

Latest News

ପୁରୀ:  ପୁରୀ ବେଳାଭୂମିରେ ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସେହିଭଳି ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରଙ୍କ ନାଁ ଅଭିଜ୍ଞାନ ଆଲୋକ। ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡିଛି। ସେହିପରି ଆହତ ଛାତ୍ର ଜଣକ ହେଲେ ଅଭିଷେକ କୁମାର। ଘର ଝାଡ଼ଖଣ୍ଡ ବୋକାରୋରେ। ପୁରୀ ମୁଖ୍ୟ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ଏମାନେ ଭୁବନେଶ୍ୱର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର। ଆଜି ସକାଳେ କଲେଜର କିଛି ଛାତ୍ର ସମୁଦ୍ରରେ ଗାଧୋଇବାକୁ ଆସିଥିଲେ। ତେବେ ହଠାତ ଦୁଇ ଜଣ ଛାତ୍ର ଭାସି ଯାଇଥିଲେ। ଉଭୟଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର,  ଅଭିଜ୍ଞାନଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos