ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗଣିତ

ପୁରୀ(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍‌ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍‌ଗୁରୁଙ୍କ କେଉଁ ପ୍ରକାର ଗାଣିତିକ ସୂତ୍ରକୁ କାମରେ ଲଗାଇଛି ଇସ୍ରୋ, ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଭାରତର ମିଶନ ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ପଛରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା। […]

b-98

Tapas Behera
  • Published: Thursday, 01 August 2019
  • , Updated: 01 August 2019, 08:47 PM IST

ପୁରୀ(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍‌ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍‌ଗୁରୁଙ୍କ କେଉଁ ପ୍ରକାର ଗାଣିତିକ ସୂତ୍ରକୁ କାମରେ ଲଗାଇଛି ଇସ୍ରୋ, ତାକୁ ନେଇ ଲାଗି ରହିଛି ଉତ୍କଣ୍ଠା। ଭାରତର ମିଶନ ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ପଛରେ ରହିଛି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରେରଣା। ମିଶନ ପୂର୍ବରୁ ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଅନେକ ଦିଗ୍ଦର୍ଶନ ଓ ଉପଦେଶକୁ ଗ୍ରହଣ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଏମିତିକି ଚନ୍ଦ୍ରଯାନ-୨ର ଉତକ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ବୈଦିକ ଗାଣିତିକ ସୂତ୍ରର ବି ସାହାଯ୍ୟ ନେଇଛି ଇସ୍ରୋ।

ଖାଲି ସେତିକି ନୁହେଁ ମୁନ୍ ମିଶନ ପୂର୍ବରୁ ଶଙ୍କରାଚାର୍ଯ୍ୟ ନିଜେ ଶ୍ରୀହରିକୋଟାସ୍ଥିତ ପ୍ରୟୋଗଶାଳା ମଧ୍ୟ ପରିଦର୍ଶନ କରିଥିଲେ। ଯେଉଁଠି ବୈଜ୍ଞାନିକମାନଙ୍କ ସହ ବୈଦିକ ଗଣିତ ଓ ଚନ୍ଦ୍ରଯାନର ଉତକ୍ଷେପଣ ସମ୍ପର୍କରେ ବିଶଦ୍ ବିଚାର ବିମର୍ଷ କରିଥିଲେ। ଜଗଦ୍‌ଗୁରୁଙ୍କଠାରୁ ମିଳିଥିବା ଗାଣିତିକ ସୂତ୍ର, ଚନ୍ଦ୍ର ଅଭିଯାନକୁ ସଫଳ କରାଇବାରେ ବେଶ୍ ସହାୟକ ହେବା ନେଇ ଦୃଢ଼ ଆଶା ପୋଷଣ କରିଛି ଇସ୍ରୋ।

ଏଠି ପ୍ରଶ୍ନ, ଚନ୍ଦ୍ର ଅଭିଯାନ ପାଇଁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦିଗ୍ଦର୍ଶନକୁ କାହିଁକି ଗ୍ରହଣ କଲା ଇସ୍ରୋ? ସୂଚନା ଅନୁସାରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କେବଳ ଜଣେ ଧର୍ମଗୁରୁ ନୁହନ୍ତି, ସେ ମଧ୍ୟ ଜଣେ ବିଶିଷ୍ଟ ବୈଦିକ ଗଣିତଶାସ୍ତ୍ରୀ। ବିଭିନ୍ନ ପୁରାଣ ଯେମିତିକି, ବାୟୁ ପୁରାଣ ଓ ବିଷ୍ଣୁ ପୁରାଣ ସହ ଭଗବତ ଗୀତାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତ୍ୱ ସମ୍ପର୍କରେ ବହୁ ପୂର୍ବରୁ ଆକଳନ ହୋଇଥିବା ତଥ୍ୟ ସଂଗ୍ରହ କରି ଇସ୍ରୋକୁ ଦେଇଛନ୍ତି। ମହାଭାରତରେ ଭୀଷ୍ମଙ୍କ ଆକଳନ ଅନୁସାରେ ଚନ୍ଦ୍ରମାର ବ୍ୟାସ ୧୧ ହଜାର ଯୋଜନ ହୋଇଥିବାବେଳେ ପରିଧି ୩୩ ହଜାର ଯୋଜନ।

ତେଣୁ ଏହି ଯୋଜନକୁ ଗାଣିତିକ ସୂତ୍ରରେ ମାଇଲରେ ପରିଣତ କରି ଚନ୍ଦ୍ରକୁ ଯିବା ପୂର୍ବରୁ ଏହାର ଦୂରତ୍ୱ ସମ୍ପର୍କରେ ବୈଜ୍ଞାନିକଙ୍କୁ ସଠିକ୍ ଆନୁମାନିକ ଦୂରତ୍ୱର ହିସାବ ଦେଇଥିବାରୁ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଜହ୍ନକୁ ଛୁଇଁବା ପ୍ରାୟ ନିଶ୍ଚିତ ବୋଲି ବୈଜ୍ଞାନିକମାନେ ଶତ ପ୍ରତିଶତ ବିଶ୍ୱାସ ରଖିଛନ୍ତି। ଏ ସବୁ ଦୃଷ୍ଟିରୁ ଚନ୍ଦ୍ରଯାନ-୨ ସଫଳ ହେଲେ ଏହାର ଶ୍ରେୟ ପୁରୀ ଗୋବର୍ଦ୍ଧନ ପୀଠର ପୀଠଧୀଶଙ୍କୁ ମଧ୍ୟ ଯିବ।

Related story