ନୂଆ ରୂପ ପାଇବ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ […]

puri

Ranjit Kumar Jena
  • Published: Tuesday, 27 October 2020
  • , Updated: 27 October 2020, 04:48 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା।

ଏବେ ASI ଟିମ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି ଓ ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ଯୋଗୁଁ ବାଇସି ପାହାଚରେ ଫାଟ ସହ କ୍ଷତି ହୋଇଛି। ଏଥିରେ ପ୍ଲାଷ୍ଟରିଂ କରାଯିବ ସହ ଆବଶ୍ୟକ ପଡ଼ିଲେ ପଥର ପରିବର୍ତ୍ତନ ହେବ। ତେବେ ଏଏସଆଇ ଟିମ୍ ଅନୁଧ୍ୟାନ କରି ଛତିଶା ନିଯୋଗ ବୈଠକ ହେବା ପରେ ନିଷ୍ପତ୍ତି ହେବ।

କରୋନା ମହାମାରୀ ଯୋଗୁ ଦୀର୍ଘ ୭ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି। ଏହି କାରଣରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ କରୋନାର କୋପ ସାମାନ୍ୟ ହ୍ରାସ ପାଇଛି। ଯଦି ଆଗକୁ ଏଭଳି ହ୍ରାସ ପାଇବ, ତାହେଲେ ଖୁବଶୀଘ୍ର ଶ୍ରୀମନ୍ଦିର ଖୋଲିବ ବୋଲି କୁହାଯାଉଛି।

Related story