ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ! ରତ୍ନ ସିଂହାସନ ପଛ କାନ୍ଥରେ ଜମୁଛି ଫିମ୍ପି

ପୁରୀ(ଓଡ଼ିଶା ରିପୋର୍ଟର): ଉପଯୁକ୍ତ ସଂରକ୍ଷଣ ଅଭାବରୁ ଶ୍ରୀ ମନ୍ଦିର ଗର୍ଭଗୃହ ପ୍ରତି ବଢିଛି ବିପଦ। କାନ୍ଥରେ ଧଳା ଛାପ ମାଡ଼ିଗଲାଣି। ରତ୍ନସିଂହାସନ ପଛ କାନ୍ଥରେ ପିମ୍ପି ଲାଗିଯାଇଛି। ଗତ ଜୁଲାଇରେ ଗର୍ଭଗୃହ ଯାଞ୍ଚ ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏସ୍‌ଆଇ ଓ ବୈଷୟିକ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଗର୍ଭଗୃହର ଗ୍ରାଉଣ୍ଡ୍‌ ଓ ଫାଷ୍ଟ ଫ୍ଳୋର୍, ଜଗମୋହନ, ବେହରଣ ଦ୍ୱାର, ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ। ଗର୍ଭଗୃହ ଚଟାଣର ଗୋଟିଏ ମିଟର […]

jagannath-temple

jagannath-temple

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 07:29 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଉପଯୁକ୍ତ ସଂରକ୍ଷଣ ଅଭାବରୁ ଶ୍ରୀ ମନ୍ଦିର ଗର୍ଭଗୃହ ପ୍ରତି ବଢିଛି ବିପଦ। କାନ୍ଥରେ ଧଳା ଛାପ ମାଡ଼ିଗଲାଣି। ରତ୍ନସିଂହାସନ ପଛ କାନ୍ଥରେ ପିମ୍ପି ଲାଗିଯାଇଛି। ଗତ ଜୁଲାଇରେ ଗର୍ଭଗୃହ ଯାଞ୍ଚ ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ, ଏସ୍‌ଆଇ ଓ ବୈଷୟିକ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଗର୍ଭଗୃହର ଗ୍ରାଉଣ୍ଡ୍‌ ଓ ଫାଷ୍ଟ ଫ୍ଳୋର୍, ଜଗମୋହନ, ବେହରଣ ଦ୍ୱାର, ନାଟମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ। ଗର୍ଭଗୃହ ଚଟାଣର ଗୋଟିଏ ମିଟର ଉଚ୍ଚ ପର୍ଯ୍ୟନ୍ତ କାନ୍ଥରେ ଧଳା ଛାପ ମାଡ଼ି ଗଲାଣି। ଭିତର କାନ୍ଥ ମଧ୍ୟ ଓଦାଳିଆ ରହୁଛି। ତା’ସହିତ ଗର୍ଭଗୃହ ନଳାରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ବର୍ଷ ତମାମ ପାଣି ଜମି ରହୁଛି। ଏହାଦ୍ୱାରା ଗର୍ଭଗୃହ ପ୍ରତି ବିପଦ ରହିଥିବା ଦର୍ଶାଇଯାଇଛି। ଏବେ ବର୍ଷକୁ ମାତ୍ର ଥରେ ଏହି ନଳା ସଫା କରାଯାଉଛି।

ସେପଟେ ପୂଜାବିଧି ପାଇଁ ବର୍ଷ ସାରା ଗର୍ଭଗୃହରେ ଦୀପ ଜଳାଯାଉଥିବାରୁ କାନ୍ଥରେ କଳା ଜମିଗଲାଣି। ଏପରିକି ବାତ୍ୟା ‘ଫୋନି’ ସମୟରେ ମଧ୍ୟ ଗର୍ଭଗୃହକୁ ପାଣି ଲିକ କରିଥିବା ସେବାୟତ ଓ ଯାଞ୍ଚ କମିଟିର ଜଣେ ସଦସ୍ୟଙ୍କ ନଜରକୁ ଆସିଥିଲା।

କେବଳ ସେତିକି ନୁହେଁ, ଗର୍ଭଗୃହରେ ଲାଗିଥିବା ଏସି ମଧ୍ୟ ସମସ୍ୟାକୁ ଦ୍ୱି’ଗୁଣିତ କରିଛି। ଗର୍ଭଗୃହରେ ଏସି ଲାଗିବା କଥା ନୁହେଁ ବୋଲି କହିଛି ଏଏସ୍ଆଇ। ଏସିର ଆଉଟଡୋର୍‌ ୟୁନିଟ୍ ଝୁଲଣ ମଣ୍ଡପ ଉପରେ ରହିଥିବାରୁ ଏହା ବିପଦ ସୃଷ୍ଟି କରୁଛି। ତେଣୁ ଏସି ବ୍ୟବହାର କରିବାକୁ ମନା କରିଛି ଏଏସ୍ଆଇ। ଗର୍ଭଗୃହରୁ ପାଣି ନିଷ୍କାସନରେ ଅସୁବିଧା ହେଉଥିବାରୁ ଏକ ସ୍ଳୋପ୍‌ ନିର୍ମାଣ କରିବାକୁ ଏଏସ୍ଆଇ ପରାମର୍ଶ ଦେଇଛି। ସେପଟେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଏଏସ୍ଆଇକୁ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଯାହା ସହଯୋଗ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ।

ପ୍ରତିବର୍ଷ ରଥ ଯାତ୍ରା ସମୟରେ ଶ୍ରୀମନ୍ଦିରର ଯାଞ୍ଚ ହୋଇଥାଏ। ତେବେ ଏଥର ଏଏସ୍ଆଇ ଦେଇଥିବା ପରାମର୍ଶ ଉପରେ କି ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story