ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୯ ସେବାୟତଙ୍କୁ ନୋଟିସ୍‌

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ୯ ଜଣ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଦଇତାପତି ସେବାୟତ। ଆଉ ଜଣେ ହେଉଛନ୍ତି ମହାରଣା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। […]

jagannathtemple

Jitendra Garnayak
  • Published: Monday, 14 January 2019
  • , Updated: 14 January 2019, 11:33 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ୯ ଜଣ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଦଇତାପତି ସେବାୟତ। ଆଉ ଜଣେ ହେଉଛନ୍ତି ମହାରଣା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି।

ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,ବ୍ରହ୍ମ ପରିବର୍ତ୍ତନରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଏହି ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଫିୟତ ମଗାଯାଇଥିଲା। ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ସେମାନଙ୍କୁ ପୁଣି ଥରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି।

ଶ୍ରୀଜିଉଙ୍କ ନବକଳେବରରେ ଘଟ ପରିବର୍ତ୍ତନ ଏକ ଗୁପ୍ତ ସେବା ହୋଇଥିବାବେଳେ ଏଥିରେ ଅବହେଳା ପ୍ରଦର୍ଶନ ଯୋଗୁଁ ଘଟ ପରିବର୍ତ୍ତନ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଥିଲା।

Related story