ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କେମିତି ଅବଢ଼ା ମିଳିବ, ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଭକ୍ତଙ୍କୁ ଥାଳି ଦରରେ ଅବଢା ଦେବା ଲାଗି ପ୍ରସ୍ତାବ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ ଆରମ୍ଭ ହେବ। ସେହିପରି ୮୦ ଟଙ୍କା ଓ ୧୨୦ ଟଙ୍କିଆ ଥାଳି ବି ରହିବ। ୭୦ ଟଙ୍କିଆ ଥାଳିରେ ସାଧା ଅନ୍ନ, ଡାଲି, ତରକାରୀ ଆଦି ବ୍ୟଞ୍ଜନ ରହିବ।
ସେହିପରି ୧୨୦ ଟଙ୍କିଆ ଥାଳିରେ ଖେଚୁଡ଼ି, କାନିକା, ମିଷ୍ଟାନ୍ନ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ରଖିବାକୁ ଯୋଜନା ହେଉଛି। ତେବେ କେବେଠାରୁ ଏହି ନିଷ୍ପତ୍ତି ଲାଗୁ ହେବ ତାହା ସ୍ଥିର ହୋଇନାହିଁ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ଏହା ଲାଗୁ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହାତୀ ଘଉଡାଇବାକୁ ଯାଇଥିଲେ; କଚାଡି ମାରିଦେଲା
ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
Miscellaneous
ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।