କାହିଁକି ଏତେ ବର୍ଷ ଧରି ବୁଡ଼ି ରହିଛି 'ବ୍ଲାକରୋଜ୍'?

ପାରାଦୀପ: ପୁଣି କାଳ ହୋଇଛି ବର୍ଷ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ। ଏହି ଦୁର୍ଘଟଣାଗ୍ରସ୍ତ ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଏହି ଅଘଟଣ ଘଟିଥିଲା। ତେବେ ସମୁଦ୍ର ପାଣିରେ ବୁଡି ରହିଥିବା ଜାହାଜର ଅବସ୍ଥିତି ସମ୍ପର୍କରେ ସଠିକ ଭାବେ ଜାଣିପାରି ନଥିଲେ ଟ୍ରଲର ଡ୍ରାଇଭର। ଯାହା ଫଳରେ ଟ୍ରଲରର ତଳ ଭାଗ ଜାହାଜରେ ମାଡ଼ ହୋଇଥିଲା। ଜାହାଜକୁ ଧକ୍କା ହେବା ପରେ […]

blackrose

Ranjit Kumar Jena
  • Published: Monday, 26 October 2020
  • , Updated: 26 October 2020, 09:33 PM IST

ପାରାଦୀପ: ପୁଣି କାଳ ହୋଇଛି ବର୍ଷ ବର୍ଷ ଧରି ପାରାଦୀପ ଉପକୂଳରେ ବୁଡ଼ିରହିଥିବା MV ବ୍ଲାକରୋଜ୍ ଜାହାଜ। ଏହି ଦୁର୍ଘଟଣାଗ୍ରସ୍ତ ଜାହାଜରେ ଆଜି ଧକ୍କା ଖାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ୯ ଜଣ ମତ୍ସ୍ୟଜୀବୀ। ଆଜି ସକାଳେ ଏହି ଅଘଟଣ ଘଟିଥିଲା।

ତେବେ ସମୁଦ୍ର ପାଣିରେ ବୁଡି ରହିଥିବା ଜାହାଜର ଅବସ୍ଥିତି ସମ୍ପର୍କରେ ସଠିକ ଭାବେ ଜାଣିପାରି ନଥିଲେ ଟ୍ରଲର ଡ୍ରାଇଭର। ଯାହା ଫଳରେ ଟ୍ରଲରର ତଳ ଭାଗ ଜାହାଜରେ ମାଡ଼ ହୋଇଥିଲା। ଜାହାଜକୁ ଧକ୍କା ହେବା ପରେ ବୋଟ୍‌ଟି ଭାଙ୍ଗି ପାଣିରେ ବୁଡି ଯାଇଥିଲା। ମତ୍ସ୍ୟଜୀବୀମାନେ ପାଣି ମଧ୍ୟକୁ ଛିଟିକି ପଡ଼ି ପହଁରିବାକୁ ଚେଷ୍ଟା କରିଥିଲେ। ଏହାପରେ ଜାହାଜରେ ଥିବା ସମସ୍ତ ୯ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ।

ଏହି ଖବର ପାଇ ଅନ୍ୟ ଏକ ଟ୍ରଲର ଘଟଣାସ୍ଥଳକୁ ଯାଇ ପ୍ରଥମେ ୫ ଓ ପରେ ଅନ୍ୟ ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ କୂଳକୁ ଆଣିବାକୁ ଉଦ୍ୟମ କରାଯାଉଛି। ପୂର୍ବରୁ ମଧ୍ୟ ଏହି ବ୍ଲାକ୍‌ରୋଜ୍‌ର ସହ ପିଟି ହୋଇ ଅନେକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କାହିଁକି ବ୍ଲାକ୍‌ରୋଜ୍‌କୁ ଉଦ୍ଧାର କରାଯାଉନାହିଁ, ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି।

Related story