ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏମିତି: ଭିତରୁ ମିଳିଲା ଭଳିକି ଭଳି ମୋବାଇଲ

<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ମୋବାଇଲ ବା କ୍ୟାମେରା ଯାଇପାରିବ ନାହିଁ। ଏଥିପାଇଁ ରହିଛି କଟକଣା। ଏହାଛଡ଼ା ମନ୍ଦିର ଭିତରକୁ ଯେପରି ମୋବାଇଲ ଓ କ୍ୟାମେରା ଯାଇନପାରିବ, ସେଥିପାଇଁ ପ୍ରବେଶ ଦ୍ୱାରରେ ମେଟାଲ୍&zwnj; ଡିଟେକ୍ଟର ଏବଂ ସରକ୍ଷା କର୍ମୀ ମୟତୟନ ହୋଇଛନ୍ତି। ଏହା ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଭିତରୁ ମୋବାଇଲ୍&zwnj; ମିଳିଛି। ପୁଣି ଗୋଟିଏ କି ଦୁଇଟି ନୁହେଁ, ୭ଟି ମୋବାଇଲ ବାହାରିଛି। ଏଥିରୁ ଜଣାପଡ଼ୁଛି ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଗନ୍ନାଥ କେତେ ସୁରକ୍ଷିତ?</p> <p>ଆଜି ସକାଳେ ଝାଡ଼ଖଣ୍ଡ, ହରିଆଣା ଓ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ସେମାନେ ଗଲା ବେଳେ ସାଥୀରେ ମୋବାଇଲ ନେଇ ଯାଇଥିଲେ। ମନ୍ଦିର ପରିସରରେ ବୁଲିବା ସମୟରେ ସେମାନଙ୍କ ହାତରେ ଫୋନ ଧରିଥିବା ସେବାୟତମାନେ ଦେଖିବାକୁ ପାଇଥିଲା। ପରେ ମୋବାଇଲ ଧରିଥିବା ପର୍ଯ୍ୟଟକଙ୍କ ଧରି ଶ୍ରୀମନ୍ଦିର ମନ୍ଦିର ପ୍ରଶାସନର ଜିମା ଦେଇଥିଲେ। ପୋଲିସ ସେମାନଙ୍କଠାରୁ ୭ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ୭ ଜଣଙ୍କୁ ଅଟକ କରିଛି। ତେବେ ସିଂହ ଦ୍ୱାରରେ ଚେକିଂ ବେଳେ ମୋବାଇଲ ରଖିବାକୁ ପୋଲିସ୍ କିଛି କହିନଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।</p>

Ordigital Desk
  • Published: Monday, 25 December 2017
  • Updated: 25 December 2017, 02:02 PM IST

Sports

Latest News

<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ମୋବାଇଲ ବା କ୍ୟାମେରା ଯାଇପାରିବ ନାହିଁ। ଏଥିପାଇଁ ରହିଛି କଟକଣା। ଏହାଛଡ଼ା ମନ୍ଦିର ଭିତରକୁ ଯେପରି ମୋବାଇଲ ଓ କ୍ୟାମେରା ଯାଇନପାରିବ, ସେଥିପାଇଁ ପ୍ରବେଶ ଦ୍ୱାରରେ ମେଟାଲ୍&zwnj; ଡିଟେକ୍ଟର ଏବଂ ସରକ୍ଷା କର୍ମୀ ମୟତୟନ ହୋଇଛନ୍ତି। ଏହା ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଭିତରୁ ମୋବାଇଲ୍&zwnj; ମିଳିଛି। ପୁଣି ଗୋଟିଏ କି ଦୁଇଟି ନୁହେଁ, ୭ଟି ମୋବାଇଲ ବାହାରିଛି। ଏଥିରୁ ଜଣାପଡ଼ୁଛି ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଗନ୍ନାଥ କେତେ ସୁରକ୍ଷିତ?</p><p>ଆଜି ସକାଳେ ଝାଡ଼ଖଣ୍ଡ, ହରିଆଣା ଓ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ସେମାନେ ଗଲା ବେଳେ ସାଥୀରେ ମୋବାଇଲ ନେଇ ଯାଇଥିଲେ। ମନ୍ଦିର ପରିସରରେ ବୁଲିବା ସମୟରେ ସେମାନଙ୍କ ହାତରେ ଫୋନ ଧରିଥିବା ସେବାୟତମାନେ ଦେଖିବାକୁ ପାଇଥିଲା। ପରେ ମୋବାଇଲ ଧରିଥିବା ପର୍ଯ୍ୟଟକଙ୍କ ଧରି ଶ୍ରୀମନ୍ଦିର ମନ୍ଦିର ପ୍ରଶାସନର ଜିମା ଦେଇଥିଲେ। ପୋଲିସ ସେମାନଙ୍କଠାରୁ ୭ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ୭ ଜଣଙ୍କୁ ଅଟକ କରିଛି। ତେବେ ସିଂହ ଦ୍ୱାରରେ ଚେକିଂ ବେଳେ ମୋବାଇଲ ରଖିବାକୁ ପୋଲିସ୍ କିଛି କହିନଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos