ପାଟକୁରାରେ ବିଜେପୁରର ଦମ୍ ଦେଖାଇଲାନି ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ୨୪ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ସମେତ ମୋଟ୍ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନ୍ ଭିତରେ ସିଲ୍ ହୋଇ ରହିଛି। ତେବେ ପାଟକୁରା ବିଧାନସଭା ନିର୍ବାଚନକୁ ଶାସକ ବିଜେଡି ଯେଭଳି ଢଙ୍ଗରେ ଲଢ଼ିଲା ତାହା ରାଜ୍ୟର ଗଣତାନ୍ତ୍ରିକ ଇତିହାସରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଯାହାକିି […]

763

763

Tapas Behera
  • Published: Sunday, 21 July 2019
  • Updated: 21 July 2019, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗତକାଲି ମତଦାନ ଶେଷ ହୋଇଛି ଓ ୨୪ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଜେଡିର ସାବିତ୍ରୀ ଅଗ୍ରୱାଲଙ୍କ ସମେତ ମୋଟ୍ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନ୍ ଭିତରେ ସିଲ୍ ହୋଇ ରହିଛି। ତେବେ ପାଟକୁରା ବିଧାନସଭା ନିର୍ବାଚନକୁ ଶାସକ ବିଜେଡି ଯେଭଳି ଢଙ୍ଗରେ ଲଢ଼ିଲା ତାହା ରାଜ୍ୟର ଗଣତାନ୍ତ୍ରିକ ଇତିହାସରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ଯାହାକିି ସେଠାରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ନିର୍ବାଚନୀ ଋଣକୌଶଳ ଓ କଂଗ୍ରେସର ଦିଶାହୀନ ରଣନୀତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୮ ଫେବୃୟାରୀ ମାସରେ ବିଜେପୁର ଉପନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନିର୍ବାଚନୀ ରଣକୌଶଳ ଏବଂ ପାଟକୁରା ବିଧାନସଭା ନିର୍ବାଚନରେ ଏହି ୩ ଦଳର ରଣକୌଶଳ ମଧ୍ୟରେ ଆକାଶ-ପାତାଳ ଫରକ ଦେଖିବାକୁ ମିଳିଥିଲା। ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ ମଧ୍ୟ ବିଜେପି ନିଜର ସମସ୍ତ ଶକ୍ତି ସହ କଡ଼ା ଟକ୍କର ଦେଇଥିଲା। ସେହିପରି ସେଠାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ଦଳ ପୁରା ଦମ୍ ସହ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ସାଧାରଣ ନିର୍ବାଚନର ପ୍ରାୟ ଦୁଇମାସ ପରେ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟରେ ଲଢ଼ିବାର ଜୋସ୍ କି ଉତ୍ସାହ ନଥିଲା। କେବଳ ନିର୍ବାଚନୀ ରଣାଙ୍ଗନରେ ନିଜର ସ୍ଥିତି ଜାହିର କରିବା ମଧ୍ୟରେ ହିଁ କଂଗ୍ରେସ ନିଜକୁ ସୀମିତ ରଖିଥିଲା।

ଏପଟେ ଶାସକ ବିଜେଡି ନିଜର ପୁରା ତାକତ୍ ସହ ପାଟକୁରା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଶାସକ ଦଳ ଏଥିପାଇଁ ଗତ ଦୁଇମାସ ଧରି ପାଟକୁରାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲା। ନିର୍ବାଚନ ତାରିଖ ଘୋଷଣା ହେବାମାତ୍ରେ ଦଳ ନିଜର ପୁଳାପୁଳା ମନ୍ତ୍ରୀ,ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ଆଣି ପଞ୍ଚାୟତୱାରି ଦାୟିତ୍ୱ ଦେଇ ଯେଭଳି ଢଙ୍ଗରେ ନିର୍ବାଚନ ପରିଚାଳନା କଲା, ସେଥିରୁ ବିଜେଡିର ଅସହାୟତା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତେ୍ୱ ଭୋଟରଙ୍କୁ ଖୁଲମଖୁଲା ଟଙ୍କା ବାଣ୍ଟିବା ଓ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରେ ନିୟୋଜିତ କରିବା, ମତଦାନ ସମୟରେ ଏକତରଫା ବିଜେଡି ସପକ୍ଷରେ ଭୋଟ କରାଇବା ଓ ଶେଷରେ ଇଭିଏମ୍ ମେସିନରେ ଟ୍ୟାମ୍ପରିଂ କରିବା ଭଳି ଏକାଧିକ ଅଭିଯୋଗ ବିଜେଡି ବିରୋଧରେ ଆସିଛି। ପାଟକୁରାରେ ବିଜେଡି ଆଇନକାନୁନ ପ୍ରତି ଆଖି ବୁଜି କେଉଁସ୍ତରକୁ ଯାଇ ନିର୍ବାଚନ ଲଢ଼ୁଥିଲା ତା’ର ଅନେକ ପ୍ରମାଣ ସୋଶାଲ ମିଡିଆରେ ଘୁରି ବୁଲୁଛି। ଅବଶ୍ୟ ଶେଷ ମୁହୂର୍ତ୍ତରେ ବିଜେପି ଏନେଇ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ଉଠାଇଛି, ମାତ୍ର ତାହା କେବଳ ‘ଧର୍ମକୁ ଆଖିଠାର’ ଭଳି ହୋଇଛି।

ବିଜେପି ସୂତ୍ର ଅନୁସାରେ, ପାଟକୁରା ନିର୍ବାଚନକୁ ଦଳ ଯଦି ବିଜେପୁର ଉପନିର୍ବାଚନ ଭଳି ଲଢ଼ିଥାନ୍ତା, ତାହା ରାଜ୍ୟର ବିଜେପି କର୍ମୀମାନଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଥାନ୍ତା। ଯାହାକି ଆଗାମୀ ପୌର ନିର୍ବାଚନ, ସମବାୟ ନିର୍ବାଚନ ଓ କଲେଜ ନିର୍ବାଚନରେ ଦଳ ସପକ୍ଷରେ ପ୍ରତିଫଳିତ ହୋଇଥାନ୍ତା। ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଦଳ ପକ୍ଷରୁ ସହଯୋଗ ଦିଆଯାଉଥିଲା ସତ, କିନ୍ତୁ ସେଠାରେ ଦଳ ଆକ୍ରମଣାତ୍ମକ ନିର୍ବାଚନୀ ରଣନୀତି ଆପଣାଇବାରେ ବିଫଳ ହୋଇଛି। ବିଜେଡି ଯେଭଳି ନିଜର ପୁରା ତାକତ୍ ପାଟକୁରାରେ ଲଗାଇଥିଲା ବିଜେପିର ରାଜ୍ୟ ୟୁନିଟ୍ ଚାହିଁଥିଲେ ତାକୁ କଡ଼ା ଟକ୍କର ଦେଇପାରିଥାନ୍ତା। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ କିଛି ବରିଷ୍ଠ ନେତା ପାଟକୁରା ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଚାର କମିଟି ଆବାହକ ଡାକ୍ତର ଦାମୋଦର ରାଉତ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଦଳର ୪୦ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରୁ ପ୍ରାୟ ୪୦ % ନେତାଙ୍କୁ ପାଟକୁରାରେ ଦେଖିବାକୁ ମିଳିନଥିଲା। ଏହା ହିଁ ଦଳର ପାଟକୁରା ନିର୍ବାଚନୀ ରଣକୌଶଳର ବାସ୍ତବତାକୁ ପଦାରେ ପକାଇଛି।

ବିଜେପିର ଅନ୍ୟ ଏକ ଅସମର୍ଥିତ ସୂତ୍ର ଅନୁସାରେ, ପାଟକୁରା ନିର୍ବାଚନର ରଣକୌଶଳ କ’ଣ ହେବ ତାହା ସମ୍ପୂର୍ଣ୍ଣ ଭାବେ ଦଳର ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଦଳର ପ୍ରଚାର ଓ ରଣନୀତି ପାଟକୁରାରେ କ’ଣ ରହିବ, ତାହା ସେ ସ୍ଥିର କରୁଥିଲେ ଏବଂ ସେଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା। ଦଳ କେବଳ ସେଠାରେ ତାଙ୍କୁ ସହଯୋଗ ଯୋଗାଇ ଦେଉଥିଲା। ଶ୍ରୀ ମହାପାତ୍ର ଜଣେ ଅଭିଜ୍ଞ ଓ ଶୀର୍ଷସ୍ତରୀୟ ନେତା ହୋଇଥିବାରୁ ପାଟକୁରା ନିର୍ବାଚନ ପାଇଁ ତାଙ୍କୁ ଅସନ୍ତୁଷ୍ଟ କରିବା କିମ୍ବା ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଦଳ ଚାହିଁନଥିଲା। ବିଜେଡି ସେଠାରେ ନିଜର ପୁରା ତାକତ୍ ଲଗାଇଥିଲା ସତ, କିନ୍ତୁ ପାଟକୁରା ଭୋଟରଙ୍କ ନାଡ଼ି ଓ ମୁଡ୍ ଜାଣିବାରେ ଶ୍ରୀ ମହାପାତ୍ର ସିଦ୍ଧହସ୍ତ ଥିବାରୁ ବିଜେପି ସେଠାରେ ବିଜୟୀ ହେବା ନେଇ ଦୃଢ଼ ଆଶାବାଦୀ ଅଛି ବୋଲି ଏହି ସୁତ୍ର କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story