ରାହୁଲଙ୍କ ସାଧାରଣ ସଭା କଟକରେ ହେବନି, ବଦଳିଲା ଜାଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଗତ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ନେଇ ସୂଚନା ଆସିଥିଲା। ସେତେବେଳେ ମିଳିଥିବା ସୂଚନା ଅନୁଯାୟୀ ରାହୁଲ କଟକରେ ଏକ ସାଧାରଣ ସଭାରେ […]

rahul

Jitendra Garnayak
  • Published: Saturday, 12 January 2019
  • , Updated: 12 January 2019, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଗତ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ନେଇ ସୂଚନା ଆସିଥିଲା। ସେତେବେଳେ ମିଳିଥିବା ସୂଚନା ଅନୁଯାୟୀ ରାହୁଲ କଟକରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି ପିସିସି ସଭାପତି କହିଛନ୍ତି ଯେ କଟକ ନୁହେଁ, ଭୁବନେଶ୍ୱରରେ ରାହୁଲ ଗାନ୍ଧିଙ୍କ ସଭା ହେବ।

ନିରଞ୍ଜନ କହିଛନ୍ତି, ଭୁବନେଶ୍ୱରର ତମାଣ୍ଡୋ ଅବା ବରମୁଣ୍ଡା ପଡ଼ିଆରେ ଏହି ସଭା ଅନୁଷ୍ଠିତ ହେବ। ଏହି ସଭା ସହିତ ରାହୁଲ ସିଭିଲ୍‌ ସୋସାଇଟି ସଦସ୍ୟ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ।
୨୫ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ରାହୁଲଙ୍କ କାର୍ଯ୍ୟକ୍ରମ ରହିବ ବୋଲି ପିସିସି ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତରେ ଆସିବେ। ଏହା ପୂର୍ବରୁ ସେ ଜାନୁଆରୀ ୫ ଓ ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ।

Related story