୩ଟି ଜିଲ୍ଲାର ୩୦ହସ୍ପିଟାଲରେ ଚଢ଼ାଉ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ୩ଟି ଜିଲ୍ଲାର ୩୦ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।  ଅଗ୍ନି ନିରାପତ୍ତା ଏବଂ ସୁରକ୍ଷା ଆଇନ ପାଳନ କରାଯାଉଛି କି ନାହିଁ, ତାହାର ଯାଞ୍ଚ ପାଇଁ ନୟାଗଡ଼, ଢେଙ୍କାନାଳ ଓ ଜଗତସିଂହପୁରର ବିଭିନ୍ନ ହସ୍ପଟାଲରେ ଏହି ଚଢ଼ାଉ କରାଯାଇଛି। ଏ ନେଇ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।  ଫାୟାର ସେଫ୍ଟି ଓ ପ୍ରିଭେନ୍ସନ ନିୟମ ପାଳନ ହେଉ ନ ଥିଲେ ହସ୍ପିଟାଲକୁ ପ୍ରଥମ ପର୍ଯ୍ୟାୟରେ ନୋଟିସ୍ କରାଯିବ। ନିର୍ଦ୍ଦିଷ୍ଟ ସମୟସୀମାରେ ନିୟମ ପାଳନ ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।
ଯାଞ୍ଚ ବେଳେ ନୟାଗଡ଼ରେ ଅନେକ ଘରୋଇ ହସ୍ପିଟାଲରେ ଫାୟାର ସେଫ୍ଟି ନ ଥିବା ଜଣାପଡ଼ିଛି। ଯେଉଁଠି ଫାୟାର ସେଫ୍ଟି ଅଛି, ସେଠାରେ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇନାହିଁ।
Ordigital Desk
• Published: Friday, 22 December 2017
• Updated: 22 December 2017, 01:58 PM IST
Sports
Latest News
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ୩ଟି ଜିଲ୍ଲାର ୩୦ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।  ଅଗ୍ନି ନିରାପତ୍ତା ଏବଂ ସୁରକ୍ଷା ଆଇନ ପାଳନ କରାଯାଉଛି କି ନାହିଁ, ତାହାର ଯାଞ୍ଚ ପାଇଁ ନୟାଗଡ଼, ଢେଙ୍କାନାଳ ଓ ଜଗତସିଂହପୁରର ବିଭିନ୍ନ ହସ୍ପଟାଲରେ ଏହି ଚଢ଼ାଉ କରାଯାଇଛି। ଏ ନେଇ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।  ଫାୟାର ସେଫ୍ଟି ଓ ପ୍ରିଭେନ୍ସନ ନିୟମ ପାଳନ ହେଉ ନ ଥିଲେ ହସ୍ପିଟାଲକୁ ପ୍ରଥମ ପର୍ଯ୍ୟାୟରେ ନୋଟିସ୍ କରାଯିବ। ନିର୍ଦ୍ଦିଷ୍ଟ ସମୟସୀମାରେ ନିୟମ ପାଳନ ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।
ଯାଞ୍ଚ ବେଳେ ନୟାଗଡ଼ରେ ଅନେକ ଘରୋଇ ହସ୍ପିଟାଲରେ ଫାୟାର ସେଫ୍ଟି ନ ଥିବା ଜଣାପଡ଼ିଛି। ଯେଉଁଠି ଫାୟାର ସେଫ୍ଟି ଅଛି, ସେଠାରେ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇନାହିଁ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos