ରାଇଘରରେ କଂଗ୍ରେସ କର୍ମୀଙ୍କ ଲଙ୍କାକାଣ୍ଡ: ରେଞ୍ଜ ଅଫିସ ଭଙ୍ଗାରୁଜା, ଏଏସ୍‌ଆଇଙ୍କୁ ଆକ୍ରମଣ

ନବରଙ୍ଗପୁର: ରାଇଘରରେ ଆଜି କଂଗ୍ରେସ କର୍ମୀମାନେ ଲଙ୍କାକାଣ୍ଡ କରିଛନ୍ତି। ରାଇଘର ରେଞ୍ଜ ଅଫିସ ଭଙ୍ଗା ରୁଜା କରିବା ସହ ଥାନା ଏଏସ୍‌ଆଇଙ୍କୁ ଆକ୍ରମଣ କରିଛନ୍ତି। ଘଟଣା ସ୍ଥଳରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ଅନ୍ୟ କର୍ମୀମାନଙ୍କ ସହ ଧାରଣାରେ ବସିଛନ୍ତି। ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ବଣ୍ଟନ ଜମିକୁ ତୁରନ୍ତ ଚିହ୍ନଟ ଓ ରାସନକାର୍ଡ ପୁନର୍ବାର ସର୍ଭେ କରିବା ଦାବିରେ କଂଗ୍ରେସ କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ […]

congress

Rakesh Mallick
  • Published: Saturday, 25 June 2016
  • , Updated: 26 June 2016, 10:26 PM IST

ନବରଙ୍ଗପୁର: ରାଇଘରରେ ଆଜି କଂଗ୍ରେସ କର୍ମୀମାନେ ଲଙ୍କାକାଣ୍ଡ କରିଛନ୍ତି। ରାଇଘର ରେଞ୍ଜ ଅଫିସ ଭଙ୍ଗା ରୁଜା କରିବା ସହ ଥାନା ଏଏସ୍‌ଆଇଙ୍କୁ ଆକ୍ରମଣ କରିଛନ୍ତି। ଘଟଣା ସ୍ଥଳରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ଅନ୍ୟ କର୍ମୀମାନଙ୍କ ସହ ଧାରଣାରେ ବସିଛନ୍ତି।

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ବଣ୍ଟନ ଜମିକୁ ତୁରନ୍ତ ଚିହ୍ନଟ ଓ ରାସନକାର୍ଡ ପୁନର୍ବାର ସର୍ଭେ କରିବା ଦାବିରେ କଂଗ୍ରେସ କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାଇଘର ବସ୍‌ଷ୍ଟାଣ୍ଡରୁ ଏକ ରାଲିରେ ଯାଇ ବିଡିଓ ଏବଂ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ପରେ ରେଞ୍ଜ ଅଫିସ ଘେରାଉ କରିଥିଲେ। ଏହି ସମୟରେ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। କଂଗ୍ରେସ୍‌ କର୍ମୀମାନେ ରେଞ୍ଜ ଅଫିସରେ ଭଙ୍ଗାରୁଜା କରିବା ସହ ରେଞ୍ଜରଙ୍କୁ ମାଡ଼ ମାରିଥିଲେ। ଏହାସହ ସେମାନେ ରାଇଘର ଥାନା ଏଏସ୍‌ଆଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଏଏସ୍‌ଆଇ ଆହତ ହୋଇଛନ୍ତି।

Related story