ହଷ୍ଟେଲ ଛାତରୁ ଗଳୁଛି ପାଣି

ଢେଙ୍କାନାଳ: ଲଗାଣ ବର୍ଷାରେ ସାରା ରାଜ୍ୟରେ ନାହିଁ ନଥିବା ପରିସ୍ଥିତି। ଲୋକେ ଘରୁ ବାହାରି ପାରୁନାହାଁନ୍ତି। ହେଲେ ଢେଙ୍କାନାଳ ଜିଲ୍ଲାର ସାଇ ହଷ୍ଟେଲରେ ରହୁଥିବା ଜାତୀୟସ୍ତରର ଖେଳାଳିଙ୍କ ଅବସ୍ଥା ବେହାଲ ହୋଇଯାଇଛି। କାରଣ ଏହି ହଷ୍ଟେଲର ଛାତରୁ ପାଣି ଝରୁଛି।

ବର୍ଷା ପରେ ଅନ୍ତେବାସୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସ୍ତରର ଖେଳାଳି ହୋଇଥିବାରୁ ନିୟମିତ ଅଭ୍ୟାସ ଜରୁରୀ। ହେଲେ ବର୍ଷା ଯୋଗୁଁ ହଷ୍ଟେଲରେ ରହିବା, ଶୋଇବା ସହ ଅଭ୍ୟାସ କରିବାରେ ହଇରାଣ ହେଉଛନ୍ତି।

ତେବେ ଛାତରୁ ପାଣି ଝରିବା ଆଜିର ନୁହେଁ। ଏହା ବହୁ ଦିନରୁ ଲାଗି ରହିଛି। ୩ ବର୍ଷ ହେଲା ଅନ୍ତଆବାସୀମାନେ ଏନେଇ ଅଭିଯୋଗ କରୁଛନ୍ତି। ହେଲେ କୌଣସି ସମାଧାନ କରାଯାଉ ନଥିବା ଅଭିଯୋଗ ହେଉଛି।