ବର୍ଷା ବିତ୍ପାତ : ୪୬ବ୍ଲକରେ ୧୦୦ମିମି ବର୍ଷା,ବହୁ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ଓ ୪୬ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ମିମି ବର୍ଷା ହୋଇଛି। ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । କାନ୍ଥ ଭୁଷୁଡ଼ି କେନ୍ଦୁଝର ଜିଲ୍ଲାରେ ଜଣେ […]

heavy-rain

heavy-rain

Manoranjan Sial
  • Published: Thursday, 24 October 2019
  • Updated: 25 October 2019, 09:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ଓ ୪୬ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ମିମି ବର୍ଷା ହୋଇଛି। ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । କାନ୍ଥ ଭୁଷୁଡ଼ି କେନ୍ଦୁଝର ଜିଲ୍ଲାରେ ଜଣେ ପ୍ରାଣ ହରାଇଥିବାବେଳେ ବେଗୁନିଆ ବ୍ଲକରେ ଜଣେ ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାବ୍ୟତୀତ ଆସନ୍ତାକାଲି ପର୍ଯ୍ୟନ୍ତ ୫ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ, ୧୦ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିର୍ଂ ଜାରି କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ପୁରୀରେ ୧୩୮.୩ ମିମି, ଗଞ୍ଜାମରେ ୧୨୫.୨ମିମି, ଖୋର୍ଦ୍ଧାରେ ୧୦୫.୭ମିମି, ଗଜପତିରେ ୧୦୦.୬ମିମି ଓ ଜଗତସିଂହପୁରରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି।

ଆସନ୍ତାକାଲି ମଧ୍ୟ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୫ଟି ଜିଲ୍ଲା ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୦ଟି ଜିଲ୍ଲାରେ ଅରେଞ୍ଜ ଓ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାପାଳମାନଙ୍କୁ ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣବର୍ଷା ଯୋଗୁ କଟକ ମହାନଗର ନିଗମର ବହୁ ଅଞ୍ଚଳ ଜଳମଗ୍ନ ଥିବାବେଳେ ଏବେ ପମ୍ପସେଟ୍ ମାଧ୍ୟମରେ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ସେହିପରି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ବଡ଼କାଲାକୋଟ୍ ପଞ୍ଚାୟତର ୨ଟି ଗାଁ ଯଥା କୁଳୁଙ୍ଗ ଓ ତ୍ରିସିଙ୍ଗରେ ୨୦ଟି ଘର ଭୁଷୁଡ଼ି ପଡ଼ିଛି। ୭୫ଟି ପରିବାରର ୩୮୧ଜଣଙ୍କୁ ସ୍ଥାନାନ୍ତର କରାଯାଇ ନିକଟସ୍ଥ ଚର୍ଚ୍ଚରେ ସୁରକ୍ଷିତ ରଖାଯାଇଛି। ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ଅଗ୍ନିଶମ ବାହିନୀକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି।

ସେହିପରି ଜଗତସିଂହପୁର ପୌରାଞ୍ଚଳର କଣ୍ଟାପଡ଼ା ଭୋଇସାହିରେ ୩ଟି ଘର ଭୁଷୁଡ଼ି ପଡ଼ିଛି ଓ ବହୁ ମାଟି ଘର ନଷ୍ଟ ହୋଇଛି। ୩୫ଟି ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକର ଦେଉଳି ପଞ୍ଚାୟତର ଡଙ୍ଗରପଡ଼ା ଗାଁର ଶାନ୍ତିଲତା ବିଶ୍ୱାଳ ନାମକ ଜଣେ ମହିଳା କାନ୍ଥ ପଡ଼ି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବାଣପୁର ଏନଏସିର ବହୁ ଅଞ୍ଚଳ ଜଳମଗ୍ନ ହେବାପରେ ୬ଟି ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ତହସିଲ ଅଞ୍ଚଳର ମକରା ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଉପରେ କାନ୍ଥ ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଓ ଜ୍ୱାଇଁ ଆହତ ହୋଇଛନ୍ତି। ଜିଲ୍ଲାର ଅନ୍ୟ କେତେକ ଅଞ୍ଚଳରେ କାନ୍ଥ ଭୁଷୁଡ଼ି ଥିବା ସୂଚନା ମିଳିଛି। ସେହିପରି ଗୁଣୁପୁରର ପୁଟାସିଂ ପଞ୍ଚାୟତରେ ପାହାଡ଼ ଉପରୁ ଏକ ବଡ଼ ପଥର ଖସିବାରୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।ଲଗାଣବର୍ଷା ଯୋଗୁ ୮ଟି ଜିଲ୍ଲା ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story