ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ […]

RAJARANI-TEMPLE-IN-BHUBANESWAR-WILL-BE-OPEN-TILL-9-PM-EVERYDAY

RAJARANI-TEMPLE-IN-BHUBANESWAR-WILL-BE-OPEN-TILL-9-PM-EVERYDAY

Manoranjan Sial
  • Published: Monday, 29 July 2019
  • Updated: 29 July 2019, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜି ସୂର୍ଯ୍ୟ ଉଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି।

ଏହାଛଡ଼ା ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାହୋ ଦୁହ୍ଲାଦେଓ ମନ୍ଦିର, ହରିୟାଣାର ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧି ସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକାର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲ ସ୍ଥିତ କୀର୍ତ୍ତିରାଜି, କର୍ଣ୍ଣାଟକ ବିଜୟପୁରସ୍ଥିତ ଗୋଲ ଗମ୍ବୁଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମାର୍କଣ୍ଡ ମନ୍ଦିରମାଳା, ଉତ୍ତରପ୍ରଦେଶ ବାରାଣସୀସ୍ଥିତ ମନମହଲ ଓ ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ ଐତିହ୍ୟସ୍ଥଳ ପୂର୍ବରୁ ସକାଳ ୯ ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ଏବେ ଏହି ସ୍ଥଳୀଗୁଡ଼ିକ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି। ଯାହାଦ୍ୱାରା ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏସବୁ କୀର୍ତ୍ତିରାଜିକୁ ଦେଖିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos