ଢେଙ୍କାନାଳ/ବ୍ରହ୍ମପୁର: ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ରାଜ୍ୟ ବନ ନିଗମ ଚିଫ ଅଡିଟର ଓ ଦିଗପହଣ୍ଡି ଫରେଷ୍ଟ ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିଭୁର୍ତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ ଅଡିଟର ବେଣୁଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଢେଙ୍କାନାଳ ଶାଖା ପକ୍ଷରୁ ଚଢାଉ କରାଯାଉଛି । ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡିଛି । ସେହିପରି ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କିଶୋର କୁମାର ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ଚାଲିଛି । ରେଞ୍ଜର ନାୟକଙ୍କ ବ୍ରହ୍ମପୁର ସ୍ଥିତ ଘର ଓ ଦିଗପହଣ୍ଡି ଅଫିସରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ ଜାରି ରଖିଛନ୍ତି । ବ୍ରହ୍ମପୁର ଚାଞ୍ଚରାପଲ୍ଲୀ ଅଞ୍ଚଳରେ ଥିବା ଘରେ ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗତପତ୍ର ମିଳିଛି। କିଶୋର ଖଲ୍ଲିକୋଟ ରେଞ୍ଜ ଦାୟିତ୍ୱରେ ଥିବାବେଳେ ଅନିୟମିତତା ନେଇ ବ୍ରହ୍ମପୁର ଡିଏଫଓ ଲିଖିତ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।