ରାଜ୍ୟରେ ଆରମ୍ଭ ହେଲା ବାଘ ଗଣନା

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ସମେତ ସାରା ରାଜ୍ୟରେ ଆଜିଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିମିଳିପାଳର ଉଭୟ କୋର ଓ ପୋଫର  ଅଞ୍ଚଳ ସମେତ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଅଦି ଫରେଷ୍ଟ ଡିଭିଜନରେ ଏହି ଗଣନା ଚାଲିଛି। ଏଥିରେ ପୁରୁଣା ପଗ୍‌ମାର୍କ ସହିତ କ୍ୟାମେରା ଟ୍ରାପିଙ୍ଗ ପଦ୍ଧତି ବ୍ୟବହାର କରାଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ୯୧୦୦ଟି, ବାରିପଦା ଡିଭିଜନରେ ୯୦୦, କରଞ୍ଜିଆ ଡିଭିଜନରେ ୨୦୦ ଓ ରାଇରଙ୍ଗପୁର ଡିଭିଜନରେ […]

bagha

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 11:55 AM IST

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ସମେତ ସାରା ରାଜ୍ୟରେ ଆଜିଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିମିଳିପାଳର ଉଭୟ କୋର ଓ ପୋଫର  ଅଞ୍ଚଳ ସମେତ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଅଦି ଫରେଷ୍ଟ ଡିଭିଜନରେ ଏହି ଗଣନା ଚାଲିଛି। ଏଥିରେ ପୁରୁଣା ପଗ୍‌ମାର୍କ ସହିତ କ୍ୟାମେରା ଟ୍ରାପିଙ୍ଗ ପଦ୍ଧତି ବ୍ୟବହାର କରାଯାଉଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ୯୧୦୦ଟି, ବାରିପଦା ଡିଭିଜନରେ ୯୦୦, କରଞ୍ଜିଆ ଡିଭିଜନରେ ୨୦୦ ଓ ରାଇରଙ୍ଗପୁର ଡିଭିଜନରେ ୫୦୦ଟି ସ୍ଥାନରେ ପଗ୍‌ମାର୍କ ପାଇଁ ସ୍ଥାନ ଚିହ୍ନଟ କରାଯାଇ ବାଲି ବିଛା ଯାଇଛି। ଏହି ପୁରୁଣା ପଦ୍ଧତିରେ ପାଦ ଚିହ୍ନରୁ ସେମାନଙ୍କ ଗଣନା କରାଯିବ।

ଶିମିଳିପାଳରେ ୧୬୫ଟି ସ୍ଥାନରେ ୩୩୦ଟି କ୍ୟାମେରା ଲଗାଯାଇଛି। ୭୫ଟି ବିଟ୍‌ ହାଉସ୍‌ରେ ୨ଜଣ ପ୍ରୋଟେକ୍ସନ ଆସିଷ୍ଟାଣ୍ଡ ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ସର୍କଲରେ ୬୭୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି।

ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟ ସହ ନୀଳଗିରି ଓ ସୋର ରେଞ୍ଜର ୨୭ଟି ୟୁନିଟରେ ବାଘ ଗଣନା ଚାଲିଛି। ନୀଳଗିରି ରେଞ୍ଜର ୫ ହଜାର ୯୦୪ ହେକ୍ଟର ରିଜର୍ଭ ଜଙ୍ଗଲରେ ଗଣନା କାର୍ଯ୍ୟ କରାଯାଉଛି। ଏଥିପାଇଁ ୮ଟି ୟୁନିଟରେ ୮ଜଣ ଫରେଷ୍ଟ ଗାର୍ଡ, ୩ଜଣ ଫରେଷ୍ଟର ନିୟୋଜିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପିଆଇପି କରାଯାଇ ବାଘଙ୍କ ପାଦ ଚିହ୍ନ  ଅନୁସାରେ ଗଣନା କରାଯିବ।

ଅନୁଗୋଲ ସର୍କଲର ୭ଟି ଡିଭିଜନ ଅନୁଗୋଳ, ଢେଙ୍କାନାଳ, ମହାନଦୀ, ଆଠମଲ୍ଲିକ, ଆଠଗଡ଼, କଟକ ଓ ସାତକୋସିଆରେ ମଧ୍ୟ ବାଘ ଗଣନା ଆରମ୍ଭ ହୋଇଛି। ୩ଦିନ ବାଘଙ୍କ ସହ ଅନ୍ୟ ମାଂସାସୀ ପ୍ରାଣୀଙ୍କ ଗଣନା କରାଯିବ। ପରବର୍ତ୍ତୀ ୩ ଦିନ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯିବ। ମୋଟି ୩୮୮ଟି ଯୁନିଟ କରାଯାଇଛି। ଉଭୟ ପଗ୍‌ମାର୍କ ଓ କ୍ୟାମେରା ମାଧ୍ୟମରେ ଏଠାରେ ଗଣନା କରାଯିବ। ସମସ୍ତ ଡିଭିଜନରେ ୧୫୧୧ଟି ସ୍ଥାନରେ ପଗ୍‌ମାର୍କ ଲାଗି ବାଲି ବିଛା ଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ୨୯୧ଟି କ୍ୟାମେରା ଲଗାଯାଇଛି। ଏକ ହଜାରରୁ ଊର୍ଦ୍ଧ୍ୱ ବନ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। କିଛିଦିନ ହେବ ସାତକୋସିଆ ଅଭୟାରଣ୍ୟରେ ମାଧବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story