ରାଜ୍ୟ ସରକାରଙ୍କୁ ଇସ୍ପାତ ଶିଳ୍ପ ଚିନ୍ତା: ସ୍ୱତନ୍ତ୍ର ଇସ୍ପାତ ନିର୍ଦ୍ଦେଶାଳୟ ଖୋଲିବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଇସ୍ପାତ ଶିଳ୍ପ ଚିନ୍ତା। ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା, ବେଦାନ୍ତ ଓ ପୋସ୍କୋକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସରକାର ଏକ ସ୍ୱତନ୍ତ୍ର ଇସ୍ପାତ ନିର୍ଦ୍ଦେଶାଳୟ ଖୋଲିବାକୁ ସ୍ଥିର କରିଛନ୍ତି। କଞ୍ଚାମାଲ ଓ ଜମି ସମସ୍ୟାକୁ ଦୂର କରି ରାଜ୍ୟରେ ଇସ୍ପାତ ଶିଳ୍ପକୁ ଆଗକୁ ନେବାକୁ  କାମ କରିବ ଏହି ଇସ୍ପାତ ନିର୍ଦ୍ଦେଶାଳୟ । ରାଜ୍ୟରେ ୫୨ ହଜାର କୋଟିର ପ୍ରସ୍ତାବିତ ପୋସ୍କୋ ଇସ୍ପାତ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଛି। ଓଡ଼ିଶାକୁ […]

vedant

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 03:49 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଇସ୍ପାତ ଶିଳ୍ପ ଚିନ୍ତା। ଆର୍ସେଲର ମିତ୍ତଲ ଓଡ଼ିଶା ଛାଡ଼ିବା, ବେଦାନ୍ତ ଓ ପୋସ୍କୋକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ସରକାର ଏକ ସ୍ୱତନ୍ତ୍ର ଇସ୍ପାତ ନିର୍ଦ୍ଦେଶାଳୟ ଖୋଲିବାକୁ ସ୍ଥିର କରିଛନ୍ତି। କଞ୍ଚାମାଲ ଓ ଜମି ସମସ୍ୟାକୁ ଦୂର କରି ରାଜ୍ୟରେ ଇସ୍ପାତ ଶିଳ୍ପକୁ ଆଗକୁ ନେବାକୁ  କାମ କରିବ ଏହି ଇସ୍ପାତ ନିର୍ଦ୍ଦେଶାଳୟ ।

ରାଜ୍ୟରେ ୫୨ ହଜାର କୋଟିର ପ୍ରସ୍ତାବିତ ପୋସ୍କୋ ଇସ୍ପାତ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଛି। ଓଡ଼ିଶାକୁ ଗୁଡବାଏ କରିବା ସ୍ଥିତିରେ ପୋସ୍କୋ । ଲାଞ୍ଚିଗଡ ସ୍ଥିତି ବେଦାନ୍ତର ଇସ୍ପାତ ଶିଳ୍ପ ବି ଦୋ ଛକିରେ। କଞ୍ଚାମାଲ ଅଭାବରୁ କମ୍ପାନୀ ବନ୍ଦ ହେବା ଉପରେ। ଅନ୍ୟପକ୍ଷେ ଓଡିଶାରୁ କେବେଠାରୁ ମୁହଁ ଫେରାଇ ନେଇଛି ଆର୍ସେଲର ମିତ୍ତଲ। ଅନ୍ୟ ଇସ୍ପାତ ପ୍ରକଳ୍ପ ବି ଜମି ଓ କଞ୍ଚାମାଲ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ଏପରି ସ୍ଥିତିରେ ସରକାର ଏକ ନୂଆ ଇସ୍ପାତ ନିର୍ଦ୍ଦେଶାଳୟ କରିବାକୁ ସ୍ଥିର କରିଛନ୍ତି। ଅର୍ଥ ବିଭାଗର ଅନୁମତି ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ।

ଖଣି ଓ ଇସ୍ପାତ ବିଭାଗ ପ୍ରସ୍ତୁତ କରିଥିବା ପ୍ରସ୍ତାବ ଅନୁସାରେ ଖଣି ନିର୍ଦ୍ଦେଶାଳୟ ଢାଞ୍ଚାରେ ଇସ୍ପାତ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଖଣି ବିଭାଗର ଜଣେ ଅତିରିକ୍ତ ସଚିବଙ୍କୁ ନୂଆ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯିବ। ରାଜ୍ୟରେ ଇସ୍ତାତ ଶିଳ୍ପ କ୍ଷେତ୍ରରେ କିପରି ଅଧିକ ପୁଞ୍ଚି ନିବେଶ ହେବ ସେ ନେଇ ନିର୍ଦ୍ଦେଶାଳୟ ରୋଡମ୍ୟାପ ପ୍ରସ୍ତୁତ କରିବ। ଇସ୍ପାତ ଉପରେ ଅଭିଜ୍ଞତା ଥିବା ବିଶେଷଜ୍ଞଙ୍କ ପରାମର୍ଶ ନେବା ପାଇଁ ମଧ୍ୟ କନସଲଟାଣ୍ଟ ନିଯୁକ୍ତିର ପ୍ରସ୍ତାବ ରହିଛି।

Related story