ରାଜ୍ୟରେ ଗଠନ ହେବ ଆଉ ୧୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେବ। ପ୍ରତି ଗୋଷ୍ଠୀକୁ ବାର୍ଷିକ ୧ ପ୍ରତିଶତ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ। ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ। ପ୍ରତି ସ୍ୱୟଂସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏମାନଙ୍କର ଉତ୍ପାଦର ବିକ୍ରିବଟା ପାଇଁ ବ୍ୟବସ୍ଥା ସହ ବ୍ୟାଙ୍କ ମିତ୍ର […]

a

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 02:53 AM IST

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେବ। ପ୍ରତି ଗୋଷ୍ଠୀକୁ ବାର୍ଷିକ ୧ ପ୍ରତିଶତ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ। ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ। ପ୍ରତି ସ୍ୱୟଂସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏମାନଙ୍କର ଉତ୍ପାଦର ବିକ୍ରିବଟା ପାଇଁ ବ୍ୟବସ୍ଥା ସହ ବ୍ୟାଙ୍କ ମିତ୍ର ନିଯୁକ୍ତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଆର୍ଥିକ ସୀମାରେଖା ତଳେ ଥିବା ମହିଳାମାନଙ୍କର ଆର୍ଥିକ ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ଏହି ଯୋଜନା କାମ କରିବ  ବୋଲି ସେ କହିଛନ୍ତି।

Related story