ଭୁବନେଶ୍ୱର: ରାଜ୍ୟର ଖୁବଶୀଘ୍ର ୪ଟି ସାଇବର ଥାନା ଖୋଲାଯିବ । ରାଜ୍ୟରେ ବଢୁଥିବା ସାଇବର କ୍ରାଇମକୁ ମୁକାବିଲା ପାଇଁ ସରକାରଙ୍କୁ ଏପରି ପ୍ରସ୍ତାବ ଦିଆଯାଇଥିବା ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି। ସେହିଭଳି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମଧ୍ୟ ରାଜ୍ୟରେ ଏବେ ଅଧିକ ସଂଖ୍ୟାରେ ସାଇବର ଥାନା ଖୋଲିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀରେ ସାଇବର କ୍ରାଇମ୍ ଆୱାରନେସ୍ କର୍ମଶାଳା ଉଦଘାଟନୀ ଅବସରରେ ଏହି ପ୍ରସଙ୍ଗ ନେଇ ଆଲୋଚନା ହେବା ସହ ଆଗକୁ ଏହି ସମସ୍ୟାରୁ ମୁକାବିଲା ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି। କର୍ମଶାଳାକୁ ମୁଖ୍ୟଶାସନ ସଚିବ ଗୋକୁଳଚନ୍ଦ୍ର ପତି ଉଦଘାଟନ କରିଥିଲ। ଏଥିରେ କର୍ଣ୍ଣାଟକ, ମାଡ୍ରାସ ଓ ଉତ୍ତରପ୍ରଦେଶ ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଡାଟା ସିକ୍ୟୁରିଟି କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଜଣେ ଆଇଜି, ୨ଜଣ ଡିଆଇଜିଙ୍କ ସହ ଏସପି, ଏଏସପିଙ୍କ ସମେତ ପ୍ରାୟ ୨୦୦ ପୋଲିସ ଅଧିକାରୀ ଯୋଗଦେଇଛନ୍ତି । ଆସନ୍ତାକାଲି କର୍ମଶାଳା ଉଦଯାପିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।
Guest Column
ଭଲ ସରକାର କିପରି?
ଜିନ୍ଦଲ୍-ପୋସ୍କୋ ଯୌଥ ଉଦ୍ୟୋଗ ପାଇଁ ବେଶୀ ଖୁସି ନହୋଇ, ଓଡ଼ିଶାରେ ବିଜଦ ସରକାର ବିଫଳ ହୋଇଥିବା କ୍ଷେତ୍ରରେ ଯେଭଳି ବିକାଶ ହେବ, ସେଥିପାଇଁ ମୋହନ ସରକାର ଦୃଷ୍ଟି ଦିଅନ୍ତୁ। ଚୁକ୍ତିପତ୍ର ସ୍ୱାକ୍ଷର କଲାବେଳେ ଏସମସ୍ତ ଦିଗ ପ୍ରତି ନ୍ୟାୟ ପ୍ରଦାନ କରନ୍ତୁ। ଫଳରେ ଶିଳ୍ପାୟନ ହେବ, ନିଯୁକ୍ତି ସୁଯୋଗ ବଢ଼ିବ। ତେବେ ଯାଇ ଆମେ କହିବୁ, ଯେ ନୂଆ ସରକାର ଭାରି ଭଲ!
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।