ରାଜ୍ୟରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା: ଜନଜୀବନ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ଅପେକ୍ଷା ଆଜି ତାପମାତ୍ରା ଆଶାତୀତ ଭାବେ ବଢିଛି । ତତଲା କଡେଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତି ଓ ଅଗ୍ନିବର୍ଷାରୁ ନିସ୍ତାର ମିଳୁନି। ମନେ ହେଉଛି ଯେମିତି ଆକାଶରୁ ଖଣ୍ଡ ଖଣ୍ଡ ନିଆଁ ଝୁଲା ପଡୁଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଜୀବନଯାତ୍ରା।  ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ବି ଉତ୍ତପ୍ତ ଲୌହ ଖଣ୍ଡ ସଦୃଶ ଲାଲ୍ ପାଲଟିଗଲାଣି। ଗ୍ରୀଷ୍ମ […]

summer5

Rakesh Mallick
  • Published: Saturday, 23 May 2015
  • , Updated: 24 May 2015, 02:09 AM IST

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ଅପେକ୍ଷା ଆଜି ତାପମାତ୍ରା ଆଶାତୀତ ଭାବେ ବଢିଛି । ତତଲା କଡେଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଅସମ୍ଭାଳ ତାତି ଓ ଅଗ୍ନିବର୍ଷାରୁ ନିସ୍ତାର ମିଳୁନି। ମନେ ହେଉଛି ଯେମିତି ଆକାଶରୁ ଖଣ୍ଡ ଖଣ୍ଡ ନିଆଁ ଝୁଲା ପଡୁଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଜୀବନଯାତ୍ରା।  ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ବି ଉତ୍ତପ୍ତ ଲୌହ ଖଣ୍ଡ ସଦୃଶ ଲାଲ୍ ପାଲଟିଗଲାଣି। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦିନକୁ ଦିନ ମାରାତ୍ମକ ରୂପ ନେଉଛି। ଏହିପରି ଆହୁରି ଏକ ସପ୍ତାହ ଯାଏଁ ଜାରି ରହିବ ଗ୍ରୀଷ୍ମ ଲହରୀ।  ଚଳିତବର୍ଷ ପ୍ରଥମଥର ପାଇଁ ୪୬ ଡିଗ୍ରୀ ଟପିଛି ପାରା।   ଉତ୍ତପ୍ତ ସହର ଭାବେ ଆଜି ଟିଟିଲାଗଡରେ ୪୬.୨ ଡିଗ୍ରୀ ତାପମାତ୍ରା ରହିଥିଲା । ଆଜି୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଭବାନୀପାଟଣା ଓ ଝାରସୁଗୁଡାରେ ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ବାଲେଶ୍ୱରରେ ତାପମାତ୍ରା ୪୦.୧ଡିଗ୍ରୀ , ଚାନ୍ଦବାଲିରେ ୪୦.୭, କଟକରେ ୪୦, ଭୁବନେଶ୍ୱରରେ ୪୨.୭, ଅନୁଗୋଳରେ ୪୪.୭, ବାରିପଦାରେ ୪୧.୭, କେନ୍ଦୁଝରରେ ୪୧.୭, ସମ୍ୱଲପୁରରେ ୪୫, ସୁନ୍ଦରଗଡରେ ୪୦, ହୀରାକୁଦରେ ୪୫, ତାଳଚେରରେ ୪୪, ବଲାଙ୍ଗୀରରେ ୪୫.୪, କୋରାପୁଟରେ ୩୯.୫, ଫୁଲବାଣୀରେ ୪୧.୬, ସୋନପୁରରେ ୪୪.୨, ଢେଙ୍କାନାଳରେ ୪୨.୧, ମାଲକାନଗିରିରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିଲା।ତେବେ ପାରାଦ୍ୱୀପରେ ୩୩.୮, ଗୋପାଳପୁରରେ ୩୨.୭, ପୁରୀ ୩୫.୦ ଓ ଦାରିଙ୍ଗବାଡି ୩୮.୬ ତାପମାତ୍ରା ରହିଥିଲା।

Related story