ସଭ୍ୟତା ରାନୀଙ୍କ ଠାରୁ ଶିଖ

ତାପସ ରଞ୍ଜନ ବେହେରା ପଙ୍କରୁ ହିଁ ପଦ୍ମ ଫୁଟେ । ଏ କଥା ସତ । ଏହି ଉକ୍ତିଟି ଓଡ଼ିଆ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କ୍ଷେତ୍ରରେ ବାସ୍ତବ ମନେ ହୁଏ । ଯାତ୍ରା ଆଇଟମ୍‌ ଗାର୍ଲ ଭାବେ ପରିଚିତ ରାନୀଙ୍କ ଅଙ୍ଗ ପ୍ରଦର୍ଶନକୁ ଭାରତୀୟ ସଂସ୍କୃତିର କଳଙ୍କ ବୋଲି ଆଖ୍ୟାଦେଇ ଆମ ବୁଦ୍ଧିଜୀବୀ ତଥା ରକ୍ଷଣଶୀଳଙ୍କ ସମାଜ ପଙ୍କିଳ ଓ ଅସନା ଦୃଷ୍ଟିରେ ଦେଖେ । ହେଲେ ସେଇ ଶରୀର ରୂପକ ପଙ୍କର ଆବରଣ ଭିତରେ […]

vbnm

vbnm

Tapas Behera
  • Published: Monday, 30 March 2020
  • Updated: 30 March 2020, 08:55 PM IST

Sports

Latest News

ତାପସ ରଞ୍ଜନ ବେହେରା

ପଙ୍କରୁ ହିଁ ପଦ୍ମ ଫୁଟେ । ଏ କଥା ସତ । ଏହି ଉକ୍ତିଟି ଓଡ଼ିଆ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କ୍ଷେତ୍ରରେ ବାସ୍ତବ ମନେ ହୁଏ । ଯାତ୍ରା ଆଇଟମ୍‌ ଗାର୍ଲ ଭାବେ ପରିଚିତ ରାନୀଙ୍କ ଅଙ୍ଗ ପ୍ରଦର୍ଶନକୁ ଭାରତୀୟ ସଂସ୍କୃତିର କଳଙ୍କ ବୋଲି ଆଖ୍ୟାଦେଇ ଆମ ବୁଦ୍ଧିଜୀବୀ ତଥା ରକ୍ଷଣଶୀଳଙ୍କ ସମାଜ ପଙ୍କିଳ ଓ ଅସନା ଦୃଷ୍ଟିରେ ଦେଖେ । ହେଲେ ସେଇ ଶରୀର ରୂପକ ପଙ୍କର ଆବରଣ ଭିତରେ ଯେ, ପଦ୍ମଭଳି ସୁନ୍ଦର ଓ ଦରଦୀ ହୃଦୟଟେ ଅଛି, ତାହା ନିଜେ ରାନୀ ପଣ୍ଡା ପ୍ରମାଣ କରି ଦେଇଛନ୍ତି । କରୋନା ଭଳି ମହାମାରୀ ସମୟରେ ସେ ଯେଉଁ ସହୃଦୟତାର ଉଦାହରଣ ଦେଇଛନ୍ତି, ତାହା ଆଗରେ ବଡ଼ ବଡ଼ ହସ୍ତୀ ବି ଫିକା ପଡ଼ିଯିବେ । ଯେଉଁ ସମୟରେ ନିଜକୁ ଅପରକ୍ଲାସ ସେଲେବ୍ରେଟି ବୋଲି ଦେଖେଇ ହେଉଥିବା କିଛି କଳାକାର ହାତ ଧୋଇ ଭିଡିଓ ଛାଡ଼ୁଛନ୍ତି, ସେତିକି ବେଳେ ଏହି ଲଢେଇ ପାଇଁ ନିଜ ହାତ ଖୋଲି ଦେଇଛନ୍ତି ରାନୀ ପଣ୍ଡା ।

କରାଳରୂପୀ କରୋନା ବିରୋଧରେ ସାରା ବିଶ୍ୱ ଲଢ଼ୁଥିବା ବେଳେ ରାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ  ୫୦,୦୦୦ ଟଙ୍କା ଦାନ କରି ବିରଳ ମାନବିକତାର ଉଦାହରଣ ସାଜିଛନ୍ତି । ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ କବି ରାମଧାରୀ ସିଂହ ଦିନାକରଙ୍କ ମତରେ ଦାମୀ ପୋଷାକ ପିନ୍ଧୁଥିବା ଓ ଥାଟବାଟରେ ଚଳୁଥିବା ବ୍ୟକ୍ତି  ସଭ୍ୟଙ୍କ ଭଳି ଦେଖାଯାଇପାରନ୍ତି କିନ୍ତୁ ତାଙ୍କ ଭିତରେ ନିଃସ୍ୱାର୍ଥପରତା, ଦୟା, କରୁଣା, ପ୍ରେମ ଓ ସମ୍ବେଦନା ଭଳି ଗୁଣର ଅଭାବ ଥାଏ, ତେବେ ସେମାନଙ୍କୁ ପ୍ରକୃତ ସଭ୍ୟ ମଣିଷ କୁହାଯାଇପାରିବ ନାହିଁ।  ଯିଏ ଅନ୍ୟର ଦୁଃଖ ବେଳେ ଠିଆ ହୁଏ , ଦୁଃଖୀ ଦରିଦ୍ରଙ୍କ ମନ କଥା ବୁଝିପାରେ, ବିନା ପ୍ରତ୍ୟାଶାରେ ସେବା କରେ, ଅନ୍ୟକୁ ଭଲ ପାଏ, ତ୍ୟାଗ କରେ, ତେବେ  ତାହା ହିଁ ହେଉଛି ପ୍ରକୃତ ମଣିଷପଣିଆର ପରିଚୟ।

ହେଲେ ନିଜକୁ ସଭ୍ୟ ସମାଜର ୨୨ କ୍ୟାରେଟ୍‌ ଗୋଲଡ୍‌ ମାର୍କା ସଭ୍ୟ ବୋଲାଉଥିବା ସଙ୍ଗଠନ ଓ କିଛି ଲୋକଙ୍କୁ କେବଳ ରାନୀଙ୍କ ଫୁଙ୍ଗଳା ଦେହ ହିଁ ଦେଖାଯାଏ।  ଅବଶ୍ୟ ଏହା ସତ ଯେ ଅନ୍ୟକୁ ସମାଲୋଚନା କରିବା ଖୁବ୍ ସହଜ କିନ୍ତୁ ସାବାସି ଦେବା ବେଶ୍ କଷ୍ଟକର । ସେହି ତଥାକଥିତ ସଭ୍ୟମାନେ ସାବାସି ବା  ପ୍ରଶଂସା ନକଲେ ସୁଦ୍ଧା ସୋଶାଲ ମିଡିଆରେ ରାନୀଙ୍କ ବଦାନ୍ୟତାକୁ ଢେର୍ ପ୍ରଶଂସା ମିଳିଲାଣି। ରାନୀ ପଣ୍ଡା କୌଣସି ରାଜନେତା, ଶିଳ୍ପପିତି କିମ୍ବା ମୋଟା ଅଙ୍କର ଦରମା ପାଉଥିବା ବ୍ୟକ୍ତି ନୁହଁନ୍ତି ଯେ ରାତିକରେ ହାତୀଏ ରୋଜଗାର କରୁଥିବେ । ଏହାରି ଭିତରେ କିଛି ନେତା ଓ ଆଉ ଅଭିନେତାରୁ ନେତା ହୋଇ ଥିବା କିଛି ବ୍ୟକ୍ତି ଏମପି ଏଏମଏଲଏ ଲ୍ୟାଡ ଫଣ୍ଡରୁ ଅର୍ଥ ଦାନ ଦେଇ  ଏମିତି ଡିଣ୍ଢିମ ପିଟୁଛନ୍ତି ଯେ, ସତେ ଯେମିତି ସେଗୁଡ଼ାକ ତାଙ୍କ ଝାଳବୁହା ଧନ । କରଦାତାଙ୍କ ଅର୍ଥରେ ଏମିତି ନାମ ସଂକୀର୍ତନ କରୁଥିବା ନେତାମାନେ ପ୍ରକୃତ ଦାନର ଅର୍ଥ ରାନୀ ପଣ୍ଡାଙ୍କ ପାଖରୁ ଶିଖିବା ଉଚିତ୍‌ ।  ଯିଏ ପରର ମଙ୍ଗଳ ପାଇଁ ନିଜ ପେଟରୁ  କାଟି କିଛି ଦେଇଛନ୍ତି ।  ଯେଉଁ ବୃତ୍ତିକୁ ଆପଣେଇ ସମାଜଠାରୁ  ଛି ଛାକର ଶୁଣି ଯାହା ସଞ୍ଚୟ କରିଥିଲେ ତାକୁ ହିଁ ସମାଜିକ କାର୍ଯ୍ୟରେ ସେ ଲଗାଇଛନ୍ତି।  ଠିକ୍ ଅନ୍ୟ ଜଣେ  ମହୀୟାନ୍ ଦଧିଚୀ ମହର୍ଷିଙ୍କ ଭଳି। ୟାକୁ ହିଁ ତ ସାମାଜିକ  କର୍ତ୍ତବ୍ୟ ଅବା ଦାୟିତ୍ୱବୋଧ କୁହାଯାଏ ।

ଅଶ୍ଲୀଳତାର ସୀମା ଲଙ୍ଘିଥିବା ଅଭିଯୋଗ ଆଣି ଚଳିତ ଖଣ୍ଡଗିରି ଯାତ୍ରାରେ ତାଙ୍କୁ ବାସନ୍ଦ କରାଯାଇଥିଲା। ଅଭିଯୋଗ ଥିଲା ରାନୀ ପଣ୍ଡା ଭାରତୀୟ ସଂସ୍କୃତିକୁ ନଷ୍ଟ ଭ୍ରଷ୍ଟ କରୁଛନ୍ତି। ତେଣୁ କିଛି ଯାତ୍ରାପାର୍ଟିର ମାଲିକ ଓ ନାମୀଦାମୀ କଳାକାରମାନେ ଅଶ୍ଲୀଳତା  ଓ ନଗ୍ନତା ବିରୋଧରେ ଅଣ୍ଟାଭିଡ଼ି ରାନୀଙ୍କୁ ଏକଘରିଆ କଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ପାଇଁ  ଶପଥ ନେଲେ। ନିଷ୍ପତ୍ତି ହେଲା ଯେଉଁ ବାପା ମାଙ୍କ ସହ ଝିଅ ପୁଅ ଓ ଭାଇ ଭଉଣୀ ପରିବାର ସହ ରାନୀଙ୍କ ପରିବେଷିତ ଯାତ୍ରା ଦେଖି ପାରୁ ନଥିଲେ ସେମାନେ ସମ୍ପୂର୍ଣ୍ଣ ସଂସ୍କୃତିସମ୍ପନ୍ନ ନାଟକ ଦେଖିବେ। କେହି ପେଟ ପିଠି ଦେଖେଇବେନି । ହେଲେ ପରିଣତି କ’ଣ ହେଲା । ରାନୀଙ୍କ ଅପେକ୍ଷା ଆହୁରି  ଖୋଲାମେଲା ଦେହ ଦେଖେଇ ଟିପି ଟିପି ବର୍ଷା ପାନୀରେ ଖଣ୍ଡଗିରି ଷ୍ଟେଜ୍‌ ଦୁଲୁକିଲା। ଯେଉଁମାନେ ବରଦାସ୍ତ କରିବେନି ବୋଲି ଶପଥ ନେଇଥିଲେ ସେମାନେ ବି ସେଇ ନୃତ୍ୟକୁ ଉପଭୋଗ କଲେ । ବୁଝାପଡ଼ିଲାନି ରାନୀଙ୍କୁ ବ୍ୟାନ୍‌ କରି ଯେବେ ରାତି ଅଧରେ ଆହୁରି ମୁକୁଳା ଢଙ୍ଗରେ ଅଙ୍ଗ ପ୍ରଦର୍ଶନ ହେଉଥିଲା

ସେତିକିବେଳେ କେଉଁ ଭାରତୀୟ ସଂସ୍କୃତିର ସୁରକ୍ଷା ଦିଆଯାଉଥିଲା।  ଏନେଇ ରାନୀ ଅଭିଯୋଗ ଆଣିଥିଲେ। ହେଲେ ତାଙ୍କ କଥା ଶୁଣାଗଲାନି । କାରଣ ଅଙ୍ଗ ପ୍ରଦର୍ଶନ କରିଥିବା ନାୟିକା ଜଣକ କୁଆଡ଼େ ଜଣେ ବାହୁବଳୀ ରାଜନେତାଙ୍କ ଯାତ୍ରାପାର୍ଟିର କଳାକାର ଥିଲେ । ତେଣୁ କୁହାଯାଇପାରେ ଯେ, ଅଶ୍ଲୀଳତା ନୁହେଁ ଚାହିଦା ଦୃଷ୍ଟିରୁ ଲୋକପ୍ରିୟତା କମାଇ ପାରିଥିବାରୁ ରାନୀଙ୍କ ଉପରେ ରୋକ ଲଗାଇବାର ଏକ ଷଡ଼ଯନ୍ତ୍ର ଥିଲା । ଜୀବନତ ଏକ ଯୁଦ୍ଧ ଭଳି। ହାର ଜିତ୍‌ ଲାଗି ରହିଥାଏ। ସେଦିନ ଷଡ଼ଯନ୍ତ୍ରକାରୀଙ୍କ ଚକ୍ରାନ୍ତରେ ଜୀବନର କେଉଁ ଏକ ଯୁଦ୍ଧ ହାରି ଯାଇଥିବା ରାନୀ ଏବେ ଏମିତି ଏକ ବାଜି ଜିତି ଯାଇଛନ୍ତି ଯାହା ଅନେକ ଦାମୀ ନାମୀଙ୍କ ଭାଗ୍ୟରେ ଏଯାଏ ବି ଜୁଟି ନଥିବ। ତେବେ ଏଠି ଅଶ୍ଲୀଳତାକୁ ନେଇ ଦୁଇ ବର୍ଷ ପୂର୍ବେ କେରଳ ହାଇକୋର୍ଟ ଦେଇଥିବା ଏକ ରାୟକୁ ମଧ୍ୟ ଉଦ୍ଧାର କରାଯାଇପାରେ। ଘଟଣାଟି ଏମିତି ଥିଲା ମାଲାୟାଲମ୍ ପତ୍ରିକା ‘ଗୃହଲକ୍ଷ୍ମୀ’ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଜଣେ ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବାର ଫଟୋ ପ୍ରକାଶ ପାଇଥିଲା।

ଏହାକୁ ନେଇ ଆରମ୍ଭ ହୋଇଥିଲା ବାଦ ବିବାଦ। ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ ଅଭିଯୋଗରେ ପତ୍ରିକାର ପ୍ରକାଶକ ଏବଂ ଫଟୋରେ ଥିବା ମଡେଲ୍ ଜିଲୁ ଜୋସେଫଙ୍କ ନାଁରେ ଅଭିଯୋଗ ହୋଇଥିଲା। ‘ମହିଳା ଅଶ୍ଳୀଳ ନିଷେଧ ଅଧିନିୟମ’ ଧାରା ୩ ଓ ୪ ଅନୁଯାୟୀ ଜିଲୁଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଉକ୍ତ ଅଭିଯୋଗର ବିଚାର କରି କେରଳ ହାଇକୋର୍ଟ କହିଥିଲେ ଯେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ସେଇଥିପାଇଁ କୁହାଯାଏ ମୋ’ ପାଇଁ ଦେହ; ଦେହ ପାଇଁ ମୁଁ ନୁହେଁ। ଦେହ ମୋର ସାଧନ। ସେହି ସାଧନକୁ ପରୋପକାର ଓ ମୋକ୍ଷପ୍ରାପ୍ତି ନିମନ୍ତେ ବ୍ୟବହାର କରିବି’।

Email-tapasbehera57@gmail.com

mo-8658585559

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story