ପିପିଲି(ଓଡ଼ିଶା ରିପୋର୍ଟର): ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖିଲା ପୁଲିସ। ତାଙ୍କ ନାଁ ପଞ୍ଚୁ ମଲ୍ଲିକ। ତାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି।
ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ଗତକାଲି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ନିଜେ ମୋବାଇଲ୍ କ୍ୟାମେରାରେ ସୁଟ୍ କରିଥିବା ଏକ ଆପତ୍ତିଜନକ ଭିଡ଼ିଓକୁ ମଧ୍ୟ ପୁଲିସକୁ ଦେଇଥିଲେ। ତାସହ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ଆଣି ମହିଳା ଜଣଙ୍କ ଶାଶୂ ସହ ସ୍ୱାମୀ, ଦିଅର ଓ ନଣନ୍ଦଙ୍କ ବିରୋଧରେ ଏତଲା ଦେଇଥିଲେ। ଏନେଇ ପିପିଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।