ରସଗୋଲା ବିବାଦ:୧୫ ଦିନରେ ସରକାରଙ୍କୁ ରିପୋର୍ଟ ଦେବ ୩ଟି କମିଟି

ଭୁବନେଶ୍ୱର: ରସଗୋଲା ବିବାଦରେ ରାଜ୍ୟସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୩ କମିଟିର ୧୭ ସଦସ୍ୟ ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ପ୍ରଥମ କମିଟିରେ ଥିବା ୭ ସଦସ୍ୟ ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବ। ଦ୍ୱିତୀୟ କମିଟିରେ ଥିବା ୪ଜଣ ସଦସ୍ୟ ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରିବ। ସେହିପରି ତୃତୀୟ କମିଟିର ୬ ଜଣ ସଦସ୍ୟ ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର […]

rasagola

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 09:17 AM IST

ଭୁବନେଶ୍ୱର: ରସଗୋଲା ବିବାଦରେ ରାଜ୍ୟସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୩ କମିଟିର ୧୭ ସଦସ୍ୟ ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ପ୍ରଥମ କମିଟିରେ ଥିବା ୭ ସଦସ୍ୟ ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ କରି ରିପୋର୍ଟ ଦେବ। ଦ୍ୱିତୀୟ କମିଟିରେ ଥିବା ୪ଜଣ ସଦସ୍ୟ ପଶ୍ଚିମ ବଙ୍ଗ କେଉଁ ଆଧାରରେ ଦାବି କରୁଛି ତା’ର ତର୍ଜମା କରିବ। ସେହିପରି ତୃତୀୟ କମିଟିର ୬ ଜଣ ସଦସ୍ୟ ଓଡ଼ିଶାର ଦାବି ଉପସ୍ଥାପନ ପାଇଁ କାଗଜପତ୍ର ଉପସ୍ଥାପନ କରିବ।  ରସଗୋଲା ଉତ୍ପତ୍ତିସ୍ଥଳକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଦେଖା ଦେଇଥିବା ବିବାଦରେ ଓଡ଼ିଶା ପକ୍ଷରୁ ଏହି କମିଟିକୁ ନିୟୋଜିତ କରିଯାଇଛି ବୋଲି ବିଜ୍ଞାନ ଓ କାରିଗରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରସଗୋଲାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ଅନୁସନ୍ଧାନ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଶୁକ୍ରବାର ୩ଟି କମିଟି ଗଠନ କରାଯାଇଥିଲା। 

Related story