ରସଗୋଲାକୁ ନେଇ ଖାଲି ବାହାସ୍ଫୋଟ: ଏ ପର୍ଯ୍ୟନ୍ତ ଓଡ଼ିଶା ସରକାର ଆବେଦନ ହିଁ କରିନାହାଁନ୍ତି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରସଗୋଲା ବିବାଦରେ ପଛରେ ପଡିଗଲା ଓଡ଼ିଶା। ବାଂଲା ରସଗୋଲାକୁ ମିଳିଛି ପଶ୍ଚିମବଙ୍ଗ ଜିଆଇ (ଜୋଗ୍ରାଫିକାଲ ଇଣ୍ଡିକେସନ୍) ଟ୍ୟାଗ୍। ତେବେ ରସଗୋଲାକୁ ନିଜର ବୋଲି ଦାବି କରୁଥିବା ଓଡ଼ିଶା ସରକାରଙ୍କ ସବୁ କଥା କେବଳ ବାହାସ୍ଫୋଟ ବୋଲି ପ୍ରମାଣିତ ହୋଇଛି। କାରଣ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ବି କରିନାହାଁନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ବଚିରା କରି କେବଳ ବାଂଲା ରସଗୋଲା ପାଇଁ ଜିଆଇ ଟ୍ୟାଗ୍ ମିଳିଥିବା ବେଳେ ଓଡ଼ିଶା ରସଗୋଲା ପାଇଁ ଏବେ ବି ସୁଯୋଗ ଥିବା କୁହାଯାଉଛି।
ଚେନ୍ନାଇସ୍ଥିତ ଜିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କେବଳ ବାଂଲା ରସଗୋଲାର ଉତ୍ପତ୍ତି ଓ ଐତିହାସିକ ପୃଷ୍ଟଭୂମି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଏହାକୁ ଅନୁଧ୍ୟାନ କରି ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ଟ୍ୟାଗ୍ ଦିଆଯଇଛି। ତେବେ ଓଡ଼ିଶାରୁ ଏଯାବତ୍ କୌଣସି ଆବେଦନ ହୋଇନାହିଁ।
ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଆବେଦନଟିଏ କରି ନଥିବା ରାଜ୍ୟ ସରକାର ମୁହଁ ଖୋଲିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି- “ରସଗୋଲା ନେଇ ଓଡ଼ିଶାର ଦାବି ଦୃଢ଼ ଓ ଯଥାର୍ଥ। ଓଡ଼ିଶା ଆବେଦନ କଲେ ଜିଆଇ କର୍ତ୍ତୃପକ୍ଷ ତର୍ଜମା କରିବେ।”
ରସଗୋଲା ଓଡିଶାର ନା ପଶ୍ଚିମବଙ୍ଗର। ଏହାକୁ ନେଇ ୨ବର୍ଷରୁ ଅଧିକ ସମୟ ହେଲା ଦୁଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଚାଲିଛି ଟଣାଓଟରା। ରସଗୋଲା କେବଳ ଓଡିଶାର ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓତଃପ୍ରୋତଃ ଭାବେ ମଧ୍ୟ ଜଡ଼ିତ। ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରା ସମୟରେ ମଧ୍ୟ ଜଗନ୍ନାଥଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବାର ପରମ୍ପରା ରହିଛି। ଏହା ଉପରେ ଅନୁସନ୍ଧାନ ଓ ତର୍ଜମା ପାଇଁ କମିଟି ଗଠନ ହୋଇଛି। ତେବେ କମିଟି ପକ୍ଷରୁ ସଂଗୃହିତ ରିପୋର୍ଟ ଏଯାଏଁ ଜିଆଇ କର୍ତ୍ତୃପକ୍ଷଙ୍କୁ  ଦିଆଯାଇ ନାହିଁ, ଯାହାର ଫାଇଦା ନେଇ ଦିପାଦ ଆଗେଇଛି ପଶ୍ଚିମବଙ୍ଗ।
ସେପଟେ  ବାଂଲା ରସଗୋଲାକୁ ପଶ୍ଚିମବଙ୍ଗ ଜିଆଇ ଟ୍ୟାଗ୍ ମିଳିବା ପରେ ଉଲ୍ଲାସିତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟ୍ୱିଟ୍ କରି ଏହା ମିଠା ଖବର ବୋଲି କହିଛନ୍ତି ମମତା। ତେବେ ଓଡ଼ିଶା ପକ୍ଷରୁ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବା ପରେ ହିଁ ଏନେଇ ଚିତ୍ର ସ୍ପଷ୍ଟ ହେବ।
Ordigital Desk
• Published: Tuesday, 14 November 2017
• Updated: 14 November 2017, 07:48 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos