ରାଷ୍ଟ୍ରପତିଙ୍କ ଗସ୍ତନେଇ  ରାମେଶ୍ୱର ହାଇସ୍କୁଲରେ ଉତ୍ସାହର ମାହୋଲ

ଭୁବନେଶ୍ୱର: ରାମେଶ୍ୱର ହାଇସ୍କୁଲରେ କାର୍ଯ୍ୟକ୍ରମ ସାରି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।  ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ । ଏଥିପାଇଁ  ସ୍କୁଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ପାଇଁ ପେଣ୍ଡାଲ ପ୍ରସ୍ତୁତ ହୋଇରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଦୀର୍ଘ ୪ ବର୍ଷ ହେବ  ପ୍ରସ୍ତୁତି ଚାଲିଥିଲା ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତି ଗସ୍ତ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଯାଇଛି।

vlcsnap-2015-08-07-12h47m56s283

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 07:31 AM IST

ଭୁବନେଶ୍ୱର: ରାମେଶ୍ୱର ହାଇସ୍କୁଲରେ କାର୍ଯ୍ୟକ୍ରମ ସାରି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।  ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ । ଏଥିପାଇଁ  ସ୍କୁଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମ ପାଇଁ ପେଣ୍ଡାଲ ପ୍ରସ୍ତୁତ ହୋଇରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଦୀର୍ଘ ୪ ବର୍ଷ ହେବ  ପ୍ରସ୍ତୁତି ଚାଲିଥିଲା ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତି ଗସ୍ତ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଯାଇଛି।ସେହିପରି  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ରାଷ୍ଟ୍ରପତି ଅପରାହ୍ନ ୪ଟା ୫ ମିନିଟରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ରାଜଭବନ ଯିବେ। ସେଠାରେ କିଛି ସମୟର ବିଶ୍ରାମ ପରେ ସଂଧ୍ୟା ୬ଟାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ। ରାଷ୍ଟପ୍ରତିଙ୍କ ଦିଅଁ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ। ୬ଟାରୁ ସାଢେ ୬ଟା ମଧ୍ୟରେ ରାଷ୍ଟ୍ରପତି ଚତୁଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ପୁଣି ପୁରୀ ରାଜଭବନ ଫେରି ଆସିବେ। ସେଠାରେ ରାଷ୍ଟ୍ରପତି ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

Related story