ରାଷ୍ଟ୍ରପତିଙ୍କୁ ଦେବା ଉଦ୍ଦେଶ୍ୟରେ କଲମ ଉପରେ ଅରୁଆ ଚାଉଳରେ ଶ୍ରୀଜିଉଙ୍କୁ ରୂପ ଦେଲେ ବିବେକାନନ୍ଦ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନରେ ପୂଜା ପାଉଛନ୍ତି ନୂତନ ଚତୁର୍ଦ୍ଧାମୂରତି । ଆଉ ନୂତନ ଚତୁର୍ଦ୍ଧାମୂରତିଙ୍କୁ ଅରୁଆ ଚାଉଳରେ ନୂଆ ରୂପ ଦେବାକୁ ଉଦ୍ୟମ କରିଛନ୍ତି ଶିଳ୍ପୀ ବିବେକାନନ୍ଦ । ଏକ କଲମରେ ସରୁ ଅରୁଆ ଚାଉଳରେ ସେ ତିଆରି କରିଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି । ପୁରୀ ରେଲୱେ କଲୋନୀ ନିବାସୀ ତଥା ରେଳ କର୍ମଚାରୀ ଶିଳ୍ପୀ ବିବେକାନନ୍ଦ ତିଆରି କରିଥିବା ଏହି କଲମକୁ ପୁରୀ ଗସ୍ତବେଳେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ […]

puri

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 03:44 AM IST

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନରେ ପୂଜା ପାଉଛନ୍ତି ନୂତନ ଚତୁର୍ଦ୍ଧାମୂରତି । ଆଉ ନୂତନ ଚତୁର୍ଦ୍ଧାମୂରତିଙ୍କୁ ଅରୁଆ ଚାଉଳରେ ନୂଆ ରୂପ ଦେବାକୁ ଉଦ୍ୟମ କରିଛନ୍ତି ଶିଳ୍ପୀ ବିବେକାନନ୍ଦ । ଏକ କଲମରେ ସରୁ ଅରୁଆ ଚାଉଳରେ ସେ ତିଆରି କରିଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି । ପୁରୀ ରେଲୱେ କଲୋନୀ ନିବାସୀ ତଥା ରେଳ କର୍ମଚାରୀ ଶିଳ୍ପୀ ବିବେକାନନ୍ଦ ତିଆରି କରିଥିବା ଏହି କଲମକୁ ପୁରୀ ଗସ୍ତବେଳେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଦେବାକୁ ଇଚ୍ଛା ରଖିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।

Related story