ଅନନ୍ୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ, ରଥରେ ଅଧିଷ୍ଠିତ ଦେବାଦେବୀ ଓ ଋଷି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନନ୍ୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ରଥରେ ଅଧିଷ୍ଠିତ ଦେବାଦେବୀ, ଯକ୍ଷ ଓ ଋଷି। ଶସ୍ତ୍ର ପୃଷ୍ଠାରୁ ଜଣାପଡ଼େ ଶ୍ରୀଜଗନ୍ନାଥଙ୍କ ରଥ ଇନ୍ଦ୍ରଙ୍କ ପ୍ରଦତ୍ତ। ଯାହାର ନାମ ନନ୍ଦିଘୋଷ। ରଥର ଉଚ୍ଚତା ୩୩ ହାତ ୫ ଆଙ୍ଗୁଳ। ୮୩୨ ଖଣ୍ଡ କାଠରେ ଏହା ନିର୍ମିତ। ଏହି ରଥରେ ୧୬ଟି ଚକ। ଏହାର ରକ୍ଷକ ଗରୁଡ଼। ଧ୍ୱଜ ଅଧିପତି ହନୁମାନ। ଆୟୁଧ ଚନ୍ଦ୍ର ଓ ଶଙ୍ଖ। ରଥର ଅବରଣ ବସ୍ତ୍ର ରକ୍ତପୀତ। ରଥମୁଦ୍ଧ୍ନି ଦେବତା କଲ୍ୟାଣ […]

ratha

ratha

Niranjan Mishra
  • Published: Wednesday, 29 June 2022
  • Updated: 29 June 2022, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନନ୍ୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ରଥରେ ଅଧିଷ୍ଠିତ ଦେବାଦେବୀ, ଯକ୍ଷ ଓ ଋଷି। ଶସ୍ତ୍ର ପୃଷ୍ଠାରୁ ଜଣାପଡ଼େ ଶ୍ରୀଜଗନ୍ନାଥଙ୍କ ରଥ ଇନ୍ଦ୍ରଙ୍କ ପ୍ରଦତ୍ତ। ଯାହାର ନାମ ନନ୍ଦିଘୋଷ। ରଥର ଉଚ୍ଚତା ୩୩ ହାତ ୫ ଆଙ୍ଗୁଳ। ୮୩୨ ଖଣ୍ଡ କାଠରେ ଏହା ନିର୍ମିତ। ଏହି ରଥରେ ୧୬ଟି ଚକ। ଏହାର ରକ୍ଷକ ଗରୁଡ଼। ଧ୍ୱଜ ଅଧିପତି ହନୁମାନ। ଆୟୁଧ ଚନ୍ଦ୍ର ଓ ଶଙ୍ଖ। ରଥର ଅବରଣ ବସ୍ତ୍ର ରକ୍ତପୀତ। ରଥମୁଦ୍ଧ୍ନି ଦେବତା କଲ୍ୟାଣ ସୁନ୍ଦର। ଶକ୍ତି ବିମଳା ଓ ବିରଜା। ରଥର ପାର୍ଶ୍ୱ ୯ ଦେବତାମାନେ ହେଲେ ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ, ଚିନ୍ତାମଣି, ରାଘବ ଓ ନୃସିଂହ। ରଥର ଆଶ୍ୱମାନଙ୍କ ନାମ ଶଙ୍ଖ, ବଳାହକ, ଶ୍ୱେତ, ହରିଦଶ୍ୱ। ସାରଥିଙ୍କ ନାମ ଦାରୁକ। ରଥ ଦୌଡ଼ିର ନାମ ଶଙ୍ଖଚୂଡ଼ ନାଗ। ରଥ ମୁର୍ଦ୍ଧ୍ନିର ନାମ ନନ୍ଦୀମୁଖ। ରଥଦେବୀ ଯୋଗମାୟା। ରଥ ଭୈରବଙ୍କ ନାମ ଏକପାଦ, ନନ୍ଦ, କୁବେର ଚାରଣ। ରଥର ଯକ୍ଷ ହର୍ଯ୍ୟକ୍ଷ। ରଥ ଗର୍ଭାଧିଶ୍ୱର ହିରଣ୍ୟଗର୍ଭ। ରଥର ଶକ୍ତି ବିମଳା। ଉତ୍କର୍ଷଣୀ ନାମ କ୍ରିୟା, ଯୋଗା, ଅଜ୍ଞା, ଅନୁଜ୍ଞା, ପ୍ରଜ୍ଞା, ମେଧା। ଋଷିପଟାରେ ଥାଆନ୍ତି ନାରଦ, ଦେବଳ, ବ୍ୟାସ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର, ଇନ୍ଦ୍ର ପ୍ରଭୃତି ୮ଋଷି। ରଥ କୁମ୍ଭର ନାମ ହିରଣ୍ମୟ। ଦ୍ୱାରପାଳ ଜୟ ଓ ବିଜୟ। ନେତର ନାମ ତ୍ରୈଲୋକ୍ୟମୋହିନୀ। ଅରୋହୀ ଦେବତା ଶ୍ରୀଜଗନ୍ନାଥ।

ଦେବୀ ସୁଭଦ୍ରାଙ୍କ ରଥ ଦେବତାମାନଙ୍କ ଦ୍ୱାରା ପ୍ରଦତ୍ତ ଦର୍ପଦଳନ। ରଥର ଉଚ୍ଚତା ୩୧ ହାତ। ୫୯୩ ଖଣ୍ଡ କାଠରେ ଏହା ନିର୍ମିତ। ଏଥିରେ ୧୨ ଚକ ରହିଛି। ରଥର ରକ୍ଷକ ଜୟଦୁର୍ଗା। ଧ୍ୱଜ ଅଧିପତି ତ୍ରିପୁରାସୁନ୍ଦରୀ। ଆୟୁଧ ପଦ୍ମ ଓ କୁହାର। ରଥର ଆବରଣ ବସ୍ତ୍ର ଲୋହିତ ଓ କୃଷ୍ଣ। ରଥ ମୁର୍ଦ୍ଧ୍ନି ଦେବତା ଭକ୍ତି ସୁମେଧା ବା ଚାମରହସ୍ତା। ରଥ ପାର୍ଶ୍ୱ ଦେବତା ବିମଳା, ଚାମଣ୍ଡା, ଭଦ୍ରକାଳୀ, ହରଚଣ୍ଡିକା, ମଙ୍ଗଳା, ବରାହୀ, କାତ୍ୟାୟନୀ, ଜୟଦୁର୍ଗା ଓ କାଳୀ। ରଥର ସାରଥୀ ଅର୍ଜୁନ। ରଥ ରକ୍ଷକ ଉଗ୍ରଚଣ୍ଡି। ରଥର ୪ ଅଶ୍ୱର ନାମ ରୋଚିକା, ମୋଚିକା, ଜିତା ଓ ଅପରାଜିତା। ରଥ ରଜ୍ଜୁର ନାମ ସ୍ୱର୍ଣ୍ଣଚୂଡ଼ ନାଗ। ରଥ ମୁର୍ଦ୍ଧ୍ନିର ନାମ ବ୍ରହ୍ମହର୍ତ୍ତା। ରଥ ଦେବୀ ଶ୍ରୀଭୁ। ରଥ ଗନ୍ଧର୍ବ ହାହା। ରଥ ଚାରଣ ମହାକର। ରଥ ଯକ୍ଷ କିଂଜ୍ଜ୍ୱଳିକା। ରଥ ଗର୍ଭଧୀଶ୍ୱରୀ ଶକ୍ତି, ଶପ୍ତା, ସୂକ୍ଷ୍ମା, ଜୟା, ବିଜୟା, ଘୋରା, ଅଘୋରା, ଜ୍ଞାନା। ଋଷିପଟାରେ ଥାଆନ୍ତି ଭୃଗୁ, ସୁପ୍ରଭା, ବକ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ। ରଥ କୁମ୍ଭର ନାମ ଅମୃତା, ଜୀବା, କାୟା, ହ୍ରୀଂବିଜ। ଦ୍ୱାରପାଳିକା ଗଙ୍ଗା, ଯମୁନା। ନେତର ନାମ ନାଦାମ୍ବିକା।

ଶ୍ରୀବଳଭଦ୍ରଙ୍କ ରଥକୁ ତାଳବନରେ ଦେବତାମାନେ ଦେଇଥିବାରୁ ଏହାର ନାମ ତାଳଧ୍ୱଜ। ରଥର ଆରୋହୀ ଶ୍ରୀବଳଭଦ୍ର। ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। ୭୬୩ କାଠରେ ଏହି ରଥ ନିର୍ମିତ। ଏହି ରଥରେ ୧୪ ଚକ ରହିଛି। ରଥ ରକ୍ଷକ ବାସୁଦେବ। ଆୟୁଧ ହଳ ଓ ମୂଷଳ। ଭଦ୍ର ପିଠ ଅଷ୍ଟଦଳ ପଦ୍ମ। ରଥାବରଣ ରକ୍ତନୀଳ। ରଥ ମୁର୍ଦ୍ଧ୍ନି ଦେବତା ଅନନ୍ତ ନାଗ। ପାର୍ଶ୍ୱ ଦେବତା ପ୍ରଣମ୍ବାରୀ, ଜଦାନ୍ତକାରୀ, ହରିହର, ତ୍ର୍ୟମ୍ବକ, ବାସୁଦେବ, ନାଟମ୍ବାର, ଅଘୋର, ତ୍ରିପୁରାଶିବ। ସାରଥି ମାତଳି। ରଥ ରକ୍ଷକ ଭାସ୍କର। ରଥ ଅଶ୍ୱ ତୀବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାଭ। ରଥ ରଜ୍ଜୁ ବାସୁକୀ। ରଥ ମୁଖ କେତୁଭଦ୍ର। ରଥ ଭୈରବ କ୍ଷେତ୍ରପାଳ। ରଥ ଗନ୍ଧର୍ବ ହୁହୁ। ରଥ ଚାରଣ ମହାସିଦ୍ଧି, ଉଲେମୀ। ଗର୍ଭଧୀଶ୍ୱରୀ ଶକ୍ତି ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା, ସୁନନ୍ଦା। ଋଷିପଟାରେ ରହିଥାନ୍ତି ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, କୃଷ୍ଣ, ମୁଦ୍ମଲା, ଆତ୍ରେୟ, କଶ୍ୟପ। ରଥ କୁମ୍ଭର ନାମ ଭୁବନ। ବିମ୍ବର ନାମ ପୃଥିବୀ, ଚକ୍ରୟୁଧ, ହ୍ରୁଂ ବୀଜ। ଦ୍ୱାରପାଳ ନନ୍ଦ ଓ ସନନ୍ଦ। ନେତର ନାମ ଉନ୍ନତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos