ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ
ପୁରୀ: ଆଗାମୀ ରଥଯାତ୍ରା ସମୟରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ। ଆମନ୍ତ୍ରଣ ପାଇବା ପରେ ଶଙ୍କାରାଚାର୍ଯ୍ୟ ରଥଉପରେ ତାଙ୍କ ୬ଜଣ ସହଯୋଗୀଙ୍କୁ ନେଇ ଯିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ପୁରୀ ଗଜପତି ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଆମନ୍ତ୍ରଣ କରିଥିଲେ।
gajapati and sankrachrjya

ଗଜପତିଙ୍କ ସହ ମନ୍ଦିର ପରିଚାଳନା ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ଯାଇଥିଲେ। ଗତ ରବିବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ସମୟରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ କରିବା ଲାଗି ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ ଲାଗି ନିଷ୍ପତି ହୋଇଥିଲା।