ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ଗଡ଼ିବ ୧୪୮ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆଗାମୀ ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଚଳିତବର୍ଷ ୧୪୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା ହୋଇଛି। ଆସନ୍ତା ୫ ତାରିଖ ନେତ୍ରୋତ୍ସବଠାରୁ ସୁନାବେଶ ପର ଦିନ ଯାଏଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ପୂର୍ବତନ ରେଳବାଇ ପକ୍ଷରୁ  ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହିତ ୨୯ଟି ବୁକିଂ କାଉଣ୍ଟର ଓ ୨୫ଟି ଅତିରିକ୍ତ କାଉଣ୍ଟର ବିଭିନ୍ନ ସ୍ଥାନରେ ଖୋଲାଯିବ ବୋଲି ସୂଚନା […]

train

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 04:23 PM IST

ଭୁବନେଶ୍ୱର: ଆଗାମୀ ରଥଯାତ୍ରା ପାଇଁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଚଳିତବର୍ଷ ୧୪୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା ହୋଇଛି। ଆସନ୍ତା ୫ ତାରିଖ ନେତ୍ରୋତ୍ସବଠାରୁ ସୁନାବେଶ ପର ଦିନ ଯାଏଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ପୂର୍ବତନ ରେଳବାଇ ପକ୍ଷରୁ  ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହିତ ୨୯ଟି ବୁକିଂ କାଉଣ୍ଟର ଓ ୨୫ଟି ଅତିରିକ୍ତ କାଉଣ୍ଟର ବିଭିନ୍ନ ସ୍ଥାନରେ ଖୋଲାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ପୁରୀ ପ୍ଲାଟ୍‌ଫର୍ମରେ ୨୫ଟି ସିସିଟିଭି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି।

Related story