ଦିନ ୧୨ଟାରୁ ରଥଟଣା, ଟିଭିରେ ହେବ ସିଧା ପ୍ରସାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଆସିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୁରୀ ସହରରେ ଆସନ୍ତା ବୁଧବାର ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବା ଶଟଡାଉନ୍‌ ବଳବତ୍ତର ରହିବ ଓ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାବେଳେ ରଥଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଭୋର ୩ଟାରୁ […]

jagannath

jagannath

Manoranjan Sial
  • Published: Monday, 22 June 2020
  • Updated: 22 June 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଆସିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୁରୀ ସହରରେ ଆସନ୍ତା ବୁଧବାର ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବା ଶଟଡାଉନ୍‌ ବଳବତ୍ତର ରହିବ ଓ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାବେଳେ ରଥଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଭୋର ୩ଟାରୁ ମଙ୍ଗଳ ଆଳତୀ, ୩ଟା ୧୫ରେ ମଇଲମ, ସାଢେ଼ ୩ଟାରେ ତଡ଼ପ ଲାଗି, ୪ଟାରେ ରୋଷହୋମ, ସାଢେ଼ ୪ଟାରେ ଅବକାଶ, ୪ଟା ୪୫ମିନିଟରେ ସୂର୍ଯ୍ୟ ପୂଜା, ୫ଟାରେ ଦ୍ୱାରପାଳ ପୂଜା, ୫ଟାରେ ବେଶ ଶେଷ ହେବ। ସେହିପରି ସାଢ଼େ ୫ଟାରୁ ୬ଟା ୪୫ମିନିଟ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ୬ଟା ୪୫ ମିନିଟରେ ରଥ ପ୍ରତି ଓ ମଙ୍ଗଳାର୍ପଣ, ୭ ଟାରେ ପହଣ୍ଡି ଆରମ୍ଭ ଓ ୧୦ଟାରେ ପହଣ୍ଡି ଶେଷ ହେବ। ଦିନ ସାଢେ଼ ୧୧ଟାରୁ ୧୨ଟା ୧୫ ମଧ୍ୟରେ ଛେରାପହଁରା ନୀତି ସରିବାପରେ ଦିନ ୧୨ଟାରୁ ରଥଟଣା କାର୍ଯ୍ୟ ହେବ। ପ୍ରତ୍ୟେକ ରଥକୁ ମାସ୍କ ପିନ୍ଧା ୪୦୦ ସେବାୟତ ଟାଣିବା ନିମନ୍ତେ ପ୍ରାରମ୍ଭିକ ପ୍ରସ୍ତୁତି ହୋଇଛି।

ପୁଲିସ ପକ୍ଷରୁ ଆଜି ସନ୍ଧ୍ୟା ସମୟରୁ ପୁରୀ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି ଓ ପ୍ରାୟ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ରଥଯାତ୍ରାର ସିଧା ପ୍ରସାରଣ ଟିଭି ଓ ଅନ୍ୟ ୱେବକାଷ୍ଟ୍ ମାଧ୍ୟମରେ କରାଯିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ମିଳିଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଅନୁମତି ଦେବାପରେ ପୁରୀରେ ବଡ଼ଦାଣ୍ଡକୁ ଉଚ୍ଛେଦମୁକ୍ତ କରାଯିବା ସହ ପରିଷ୍କାର କରାଯାଉଛି। ଏପଟେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ ସୁପ୍ରିମକୋର୍ଟଙ୍କ ପାଖରେ ଋଣୀ। ରଥଯାତ୍ରା ସଫଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବେ ବୋଲି ଗଜପତି ଆଶାବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story