ରତ୍ନଭଣ୍ଡାର ଯାଞ୍ଚନେଇ ସ୍ଥିର ହେବ SOP: ଜାଣନ୍ତୁ ଆଜି କ’ଣ ହେଲା ନିଷ୍ପତ୍ତି

ପୁରୀ,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ବେଳେ ନିଶ୍ଚୟ ପାଳନ ହେବ SOP ( ଷ୍ଟାଣ୍ଡାର୍ଡ  ଅପରେଟିଂ ପ୍ରୋସିଜିଓର) ।  ସ୍ଥିତି ଅନୁଧ୍ୟାନ ପାଇଁ କିଏ ଯିବେ ଓ କ’ଣ ପିନ୍ଧିବେ ତାକୁ ବି ସାର୍ବଜନୀନ  କରିବ ଶ୍ରୀମନ୍ଦିର ପ୍ରଶାସନ।  ତେବେ ତା’ପୂର୍ବରୁ ହାଇକୋର୍ଟଙ୍କ ଆଦେଶ  କିଭଳି ଅନୁପାଳନ ହେବ ସେ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା  କମିଟିରେ ହୋଇଛି ବିସ୍ତୃତ ଆଲୋଚନା।  ଆଉ ଆସନ୍ତାକାଲି ବସିବ  ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ।

ରତ୍ନଭଣ୍ଡାର ଯାଞ୍ଚ  ପାଇଁ ଭିତରକୁ  କେଉଁମାନେ ଯିବେ, କିଏ କେଉଁ ପର୍ଯ୍ୟନ୍ତ ଯିବେ ତାହା ମଧ୍ୟ ଶ୍ରୀ ମନ୍ଦିର  ପ୍ରଶାସନ ପକ୍ଷରୁ ସାର୍ବଜନୀନ କରାଯିବ।  ଏଥିସହ ରତ୍ନଭଣ୍ଡାର ସ୍ଥିତି  ଅନୁଧ୍ୟାନ ପାଇଁ ଯେଉଁମାନେ ଭିତରକୁ ଯିବେ, ସେମାନେ କେଉଁ  ପ୍ରକାର ପୋଷାକ ପିନ୍ଧିବେ ତାହା ବି ପୂର୍ବରୁ ସ୍ପଷ୍ଟ କରାଯିବ।  ରାଜ୍ୟ  ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଖୋଲିବାକୁ କେମିତି  ଅନୁପାଳନ ହେବ ସେନେଇ ହାଇକାର୍ଟ ଦେଇଥିବା ନିଷ୍ପତ୍ତି ଉପରେ

ଆଜି  ଶ୍ରୀମନ୍ଦିର  ପରିଚାଳନା କମିଟିରେ ହୋଇଛି ବିସ୍ତୃତ ଆଲୋଚନା । ତେବେ  ଆସନ୍ତାକାଲି ବସିବାକୁ ଥିବା ଛତିଶା ନିଯୋଗ ବୈଠକକୁ କିନ୍ତୁ ବେଶ୍  ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।   କାରଣ ଅଧିକାଂଶ ସେବାୟତ,  ଭଣ୍ଡାର ଘର ସ୍ଥିତି ଅନୁଧ୍ୟାନ ସପକ୍ଷରେ ଥିଲେ ବି ଗୁପ୍ତ ଧନ ଗୁପ୍ତରେ  ରହିବାକୁ ଚାହଁନ୍ତି।

ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ରହସ୍ୟମୟ  ରତ୍ନ ଭଣ୍ଡାରରେ ଖାଲି ସୁନା ରୂପା ଗହଣା ନୁହେଁ, ଥାଇପାରେ ଅନେକ  ପୁରୁଣା ମୂର୍ତ୍ତି ଓ ମୂଲ୍ୟବାନ ହୀରା, ନୀଳା, ମଣି ଓ ମୁକ୍ତା ।  ତା’ସହ  ବର୍ତ୍ତମାନ ଚଳପ୍ରଚଳ ହେଉଥିବା ୩ଟି କୋଠରୀକୁ ଛାଡ଼ି ଭିତରେ ଆଉ  କେତୋଟି କୋଠରୀ ଅଛି ତାକୁ ନେଇ ବି ବଢିଛି ଉତ୍କଣ୍ଠା । ୧୯୭୮  ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ସମୟରେ ମିଳିଥିଲା ୩୪ଟି  କିରିଟି।  ଅର୍ଥାତ୍ ଆହୁରି ୧୨ଟି କିରିଟି ଭିତର ଭଣ୍ଡାରର ଅନ୍ୟ  କୋଠରୀରେ ଥାଇପାରେ।  କାରଣ ପୂର୍ବର ଗଜପତି ମହାରାଜାମାନେ  ୪୬ ରାଜ୍ୟର ରାଜାମାନଙ୍କୁ ପରାସ୍ତ କରିଥିବା ମାଦଳା ପାଞ୍ଜିରେ  ଉଲ୍ଲେଖ ରହିଛି।   ତେବେ ରତ୍ନ ଭଣ୍ଡାର ଯାଞ୍ଚ ସମୟରେ ନିଜେ  ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ  ପ୍ରତିନିଧି ଉପସ୍ଥିତ ରହିବା ଦରକାର ବୋଲି ଭକ୍ତ ଓ ଗବେଷକ  ମହଲରେ ଦାବି ହେଉଛି ।  ଏବେ ସମସ୍ତଙ୍କ ଉତ୍କଣ୍ଠା ଓ ଅପେକ୍ଷା କେବେ ଖୋଲିବ  ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର।

Ordigital Desk
• Published: Wednesday, 28 March 2018
• Updated: 28 March 2018, 08:19 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos