ରାଉଲକେଲା: ଦୁଇ ବସ୍ ଓ ଜେସିବି ପୋଡ଼ି ଦେଲେ ସନ୍ଧିଗ୍ଧ ପିଏଲଏଫଆଇ ସଦସ୍ୟ  

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ଓ ଲୋହାରାମ୍ ଗାଁରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବସ୍ ଓ ଜେସିବି ମେସିନ୍ ପୋଡ଼ି ଦିଆଯାଇଛି । ଅଭିଯୁକ୍ତମାନେ ଅତ୍ୟାଧୁନିକ ବନ୍ଧୁକ ଧରି ଆସି ଲୋକଙ୍କୁ ଧମକଚମକ ଦେବା ସହ ଗାଡିଗୁଡିକୁ ପୋଡି ଦେଇଥିଲେ । ଏହି ଘଟଣା ଅଞ୍ଚଳରେ ସକ୍ରିୟ ଥିବା ପିଏଲଏଫଆଇ ସଦସ୍ୟମାନଙ୍କର ହୋଇଥିବା ଅନୁମାନ କରାଯାଉଛି । ୩ରୁ ୪ଟି ଜଣ ଯୁବକ ବାଇକରେ ଆସି ପ୍ରଥମେ ସୋରଡ଼ାରେ ଲୋକଙ୍କୁ ଭୟଭୀତ କରିବା […]

rourkela

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 01:24 PM IST

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ଓ ଲୋହାରାମ୍ ଗାଁରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବସ୍ ଓ ଜେସିବି ମେସିନ୍ ପୋଡ଼ି ଦିଆଯାଇଛି । ଅଭିଯୁକ୍ତମାନେ ଅତ୍ୟାଧୁନିକ ବନ୍ଧୁକ ଧରି ଆସି ଲୋକଙ୍କୁ ଧମକଚମକ ଦେବା ସହ ଗାଡିଗୁଡିକୁ ପୋଡି ଦେଇଥିଲେ । ଏହି ଘଟଣା ଅଞ୍ଚଳରେ ସକ୍ରିୟ ଥିବା ପିଏଲଏଫଆଇ ସଦସ୍ୟମାନଙ୍କର ହୋଇଥିବା ଅନୁମାନ କରାଯାଉଛି ।

୩ରୁ ୪ଟି ଜଣ ଯୁବକ ବାଇକରେ ଆସି ପ୍ରଥମେ ସୋରଡ଼ାରେ ଲୋକଙ୍କୁ ଭୟଭୀତ କରିବା ପରେ ସେଠାରେ ଏକ ଜେସିବି ମେସିନରେ ନିଆଁ ଲଗାଇ ଦେଇଥିଲେ। ପରେ ପିତାଲରେ ମଧ୍ୟ ଏକ ବସ୍ ଭଙ୍ଗ।ରୁଜା କରିଥିଲେ। ଏହାପରେ ସେମାନେ ଲୋହାରାମ୍ ଗାଁକୁ ଯାଇ ଦୁଇଟି ବସ୍ ମଧ୍ୟ ଜାଳି ଦେଇଥିଲେ। ଯିବା ବେଳେ ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଏପରି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Related story