ପୁରୀର ଷ୍ଟାର୍‌ ହୋଟେଲ୍‌ରେ ଏମିତି ଚାଲେ ନଗ୍ନ ନୃତ୍ୟ, ଦେଖନ୍ତୁ ଭିଡିଓ

Ordigital Desk
  • Published: Monday, 20 November 2017
  • , Updated: 20 November 2017, 06:20 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବାହାରେ କିଟ୍&zwnj; କିଟ୍&zwnj; ଅନ୍ଧାର। ଭିତରେ ରଙ୍ଗିନ ଆଲୁଅର ରାଜ୍&zwnj;। ଚିକ୍&zwnj;ମିକ୍&zwnj; ଆଲୁଅର ଲୁଚକାଳି ଖେଳ। ବାଜୁଥିଲା ଡିଜେ ମ୍ୟୁଜିକ୍&zwnj;। ଶୀତ ରାତି ଥିଲେ ମଧ୍ୟ ମାହୋଲ ଥିଲା ଏକଦମ୍ ଗରମ। ଏହାରି ଭିତରେ ଜୀବନକୁ ଭରପୂର ଉପଭୋଗ କରୁଥିଲେ ଗ୍ରାହକ। ମ୍ୟୁଜିକ୍&zwnj;ର ତାଳେ ତାଳେ ନାଚଗୀତରେ ଯୁବକ ଯୁବତୀମାନେ ଥିଲେ ମସଗୁଲ। ଏହି ମିଳାମିଶାର ଦୃଶ୍ୟ ଥିଲା ଖୁବ୍&zwnj; ଆପତ୍ତିଜନକ। ଅସଂଜତ ଆଉ ଅଶ୍ଲୀଳତାର ସବୁ ସୀମା ଟପି ଯାଉଥିଲା। କିଏ କାହା ବାହୁ ବନ୍ଧନରେ ମଗ୍ନ ତ&rsquo; ଆଉକିଏ କାହାର ଛାତି ଉପରେ ଲୋଟି ପଡ଼ୁଥିଲେ। ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଯୁବତୀମାନେ ମାତାଲ ପରି ମାତିଥିଲେ ନୃତ୍ୟରେ।&nbsp; ଅଧିକାଂଶ ଯୁବତୀ କେବଳ ଅନ୍ତଃବସ୍ତ୍ର ପରିଧାନ କରିଥିଲେ।</p> <p>ପୁରୀ ସହରର ପେଣ୍ଠକଟା ସାମୁଦ୍ରିକ ଥାନା ଅଂଚଳରେ ଥିବା ଏକ ସଂଭ୍ରାନ୍ତ ହୋଟେଲରେ ମଧ୍ୟରାତିରେ ଚାଲିଥିଲା ଏମିତି କାର୍ଯ୍ୟକ୍ରମ। ଗତ ସପ୍ତାହରେ ଏହାକୁ ପୋଲିସ୍ ହିଁ ପ୍ରଥମେ ଧରିଥିଲା। କିନ୍ତୁ ଅନୁମାନ କରାଯାଉଛି ଏହା ନିୟମିତ ଭାବେ ଏଠି ଚାଲିଥିଲା ସବୁ ମଧ୍ୟରାତିରେ। ତେବେ ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ବେଳେ ସେଦିନର କିଛି ଏକ୍ସକ୍ଲୁସିଭ ଦୃଶ୍ୟ &lsquo;ଓଡ଼ିଶା ରିପୋର୍ଟର&rsquo;ର ହସ୍ତଗତ ହୋଇଛି। ବେପାର ପାଇଁ ହୋଟେଲ ମାଲିକମାନେ କେତେ ତଳକୁ ଖସିଯାଇ ପାରନ୍ତି ଏହି ଚିତ୍ର ହେଉଛି ତା&rsquo;ର ନଗ୍ନ ଉଦାହରଣ। ଗୋଟିଏ ନୁହେଁ ଏମିତି ୪ଟି ଭିଡିଓ &lsquo;ଓଡ଼ିଶା ରିପୋର୍ଟର&rsquo; ପାଇଛି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ହୋଟେଲ ମାଲିକମାନେ ଅଶ୍ଲୀଳତାକୁ ନେଇ କେମିତି ବେପାର କରିପାରନ୍ତି ତାହା ଏହି ଭିଡିଓରୁ ହିଁ ଅନୁମାନ କରିହେଉଛି।</p> <p>ଗତ ବୁଧବାର ରାତିରେ ଏହି ସଂଭ୍ରାନ୍ତ ହୋଟେଲ ଉପରେ ପୋଲିସ ଚଢ଼ାଉ କରି ଅଶ୍ଳୀଳ ନୃତ୍ୟରେ ମଗ୍ନ ଥିବା ଯୁବକ ଯୁବତୀଙ୍କୁ ଥାନାକୁ ଆଣିଥିଲା। ହେଲେ ପରେ ସେମାନଙ୍କୁ ପୋଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା ସୂଚନା ଅନୁଯାୟୀ, ପୁରୀ ସହର ଉପକଣ୍ଠ ପେଣ୍ଠକଟା ସାମୁଦ୍ରିକ ଥାନା ଅଂଚଳରେ ଥିବା ଏହି ତାରକା ହୋଟେଲରେ ରାତି ସାଢେ ୧୧ଟାରେ ଡ଼ିଜେର ତାଳେତାଳେ ଅଶ୍ଳୀଳ ନୃତ୍ୟ ଚାଲିଥିବା ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଖବର ପାଇଥିଲେ। ଆଉ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଭ୍ ପାର୍ଟି ଚାଲିଥିବା ବେଳେ ୧୦ ଜଣ ଯୁବତୀ ଓ ୧୨ ଜଣ ଯୁବକଙ୍କୁ ପୋଲିସ ଚଢ଼ାଉ କରି ଗିରଫ କରିଥିଲା। ଏହି ଚଢ଼ାଉରେ ଗଞ୍ଜାମ ଜିଲ୍ଲାର ଜଣେ ରାଜନେତାଙ୍କ ଭାଇ, ଦୁଇଜଣ ଯୁବତୀଙ୍କ ସହିତ ଅସଞ୍ଜତ ଅବସ୍ଥାରେ ପୋଲିସ ହାତରେ ଧରା ପଡ଼ିଥିଲେ। ଡିଜେର ଉଚ୍ଚାଙ୍ଗ ସଂଗୀତ ସହ ନିଶାଶକ୍ତ ଅବସ୍ଥାରେ &nbsp;ଯୁବକ ଯୁବତୀମାନେ ଅଶ୍ଲୀଳ ନୃତ୍ୟରେ ମାତିଥିଲେ। ଏହି ଘଟଣା ପୁରୀ ସହରରେ ଖୁବ୍&zwnj; ଆଲୋଡ଼ନ ସୃଷ୍ଟି କରିଛି। କେବଳ ପୁରୀ ନୁହଁ ଭୁବନେଶ୍ୱରରେ ମଧ୍ୟ ଚାଲିଛି ଏମିତି କାର୍ଯ୍ୟକ୍ରମ। ହେଲେ ପୋଲିସର ଭେଳିକ ଚଢ଼ାଉ ଏଭଳି କାର୍ଯ୍ୟକ୍ରମକୁ ରୋକିବା ପରିବର୍ତ୍ତେ ଆହୁରି ଉତ୍ସାହିତ କରୁଛି।</p>

Related story