ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଇବିଏମ୍ ବିଭାଗର ଛାତ୍ରଛାତ୍ରୀଙ୍କ ଅନଶନ ୫ମ ଦିନରେ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଆଇବିଏମ୍ ବିଭାଗର ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ୫ମ ଦିନରେ ପହଞ୍ଚିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଛାତ୍ରଛାତ୍ରୀମାନେ ଦୀର୍ଘ ୫ ଦିନ ଧରି ଧାରଣାରେ ବସି ରହିଛନ୍ତି। କୋର୍ସ ଫି’ ତୁରନ୍ତ କମାଇବା ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଦାବି ନେଇ ଆନ୍ଦୋଳନ ଅବ୍ୟାହତ ରହିଛି। ବହୁ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଦାବି ପୂରଣ ନହେବ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ […]

ravenswa

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 10:48 AM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଆଇବିଏମ୍ ବିଭାଗର ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ୫ମ ଦିନରେ ପହଞ୍ଚିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଛାତ୍ରଛାତ୍ରୀମାନେ ଦୀର୍ଘ ୫ ଦିନ ଧରି ଧାରଣାରେ ବସି ରହିଛନ୍ତି। କୋର୍ସ ଫି’ ତୁରନ୍ତ କମାଇବା ଓ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ଦାବି ନେଇ ଆନ୍ଦୋଳନ ଅବ୍ୟାହତ ରହିଛି। ବହୁ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଦାବି ପୂରଣ ନହେବ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

Related story