ରାୟଗଡା: ଗୁଣିଗାରେଡି ସନ୍ଦେହରେ ଦୁଇ ପରିବାରକୁ ଆକ୍ରମଣ ଘଟଣାରେ ୧୦ ଗିରଫ

ରାୟଗଡା: ଅମ୍ୱାଦଳା ଥାନା ବଡ କୁମୁଡାବାଲି ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇଟି ପରିବାର । ଭୟରେ ଏହି ଦୁଇ ପରିବାର ଗାଁ ଛାଡି ଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ଗ୍ରାମବାସୀ ସେମାନଙ୍କ ଘର ସମେତ ଗାଡି ପୋଡିଦେଇଛନ୍ତି । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ଜୁଲାଇ ୨୫ତାରିଖରେ ଏହି ଦୁଇ ପରିବାର ଗୁଣିକରି ଗାଁ ଲୋକଙ୍କୁ ମାରିଦେଉଥିବା ଅଭିଯୋଗରେ […]

raygada

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 07:48 AM IST

ରାୟଗଡା: ଅମ୍ୱାଦଳା ଥାନା ବଡ କୁମୁଡାବାଲି ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇଟି ପରିବାର । ଭୟରେ ଏହି ଦୁଇ ପରିବାର ଗାଁ ଛାଡି ଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ଗ୍ରାମବାସୀ ସେମାନଙ୍କ ଘର ସମେତ ଗାଡି ପୋଡିଦେଇଛନ୍ତି । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ଜୁଲାଇ ୨୫ତାରିଖରେ ଏହି ଦୁଇ ପରିବାର ଗୁଣିକରି ଗାଁ ଲୋକଙ୍କୁ ମାରିଦେଉଥିବା ଅଭିଯୋଗରେ କୁମୁଡାବାଲି ଗ୍ରାମବାସୀ ଆକ୍ରମଣ କରିଥିଲେ । ଏହି ଦୁଇ ପରିବାର ଗ୍ରାମରେ ନ ଥିବାରୁ ମଙ୍ଗଳବାର ରାତିରେ ଏମାନଙ୍କ ଘର ଭଙ୍ଗ।ରୁଜା କରିବା ସହ ୨ଟି ବାଇକ, ଅଟୋ, ସାଇକେଲ ସମେତ ସମସ୍ତ ଆସବାବପତ୍ର ପୋଡି ଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ଅଭିଯୋଗ ପାଇବାପରେ ପୋଲିସ ଗାଁରେ ପହଞ୍ଚି ଦୁଇ ଗୋଷ୍ଠୀଙ୍କୁ ବୁଝାଶୁଝା ଉଦ୍ୟମ କରିବା ସତ୍ତ୍ୱେ ଲୋକେ ପୋଡାଜଳା କରିଥିବାରୁ ଏହି ମାମଲାରେ ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପିଡୀତମାନଙ୍କ ଥଇଥାନ ପାଇଁ ପ୍ରଶାସନକୁ ଜଣାଇ ଦିଆଯାଇଥିବା ପୋଲିସ କହିଛି।

Related story