ରାଜଧାନୀର ରିଅଲ୍‌ ହିରୋ ମୁଦ୍‌ବୀର୍‌, ଦେଖାଇଲେ ମାନବିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଦାସିଦା ଦେଖାଯାଉଥିବା ମଣିଷଟିଏ ହେଉଛନ୍ତି ମୁଦବୀର ଖାନ। ପେଶାରେ ଜଣେ ସିକ୍ୟୁରିଟି ଗାର୍ଡ। ଭୁବନେଶ୍ୱର ଫର୍ଚୁନ ଟାୱାରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରନ୍ତି। ହଜିଯାଇଥିବା ପର୍ସ ଫେରାଇ ଆଜି ସେ ଚର୍ଚ୍ଚାରେ। ପର୍ସ ଫେରାଇବା ପରେ ସେ କହିଛନ୍ତି, ମୋହ ମାୟା କ୍ଷଣସ୍ଥାୟୀ। ଟଙ୍କାଏ ଖାଇଥିଲେ ୫ ଟଙ୍କାର କ୍ଷତି ହୁଏ। ପୂରା ଘଟଣାଟି ଏମିତି। ମଙ୍ଗଳବାର ସଂଧ୍ୟା ପ୍ରାୟ ୬ଟା ହେବ। ଫର୍ଚୁନ ଟାୱାର ଆଗରେ ଛିଡ଼ା ହୋଇଥିଲେ ମୁଦବୀର। ଏହି […]

kkk

kkk

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 07:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଦାସିଦା ଦେଖାଯାଉଥିବା ମଣିଷଟିଏ ହେଉଛନ୍ତି ମୁଦବୀର ଖାନ। ପେଶାରେ ଜଣେ ସିକ୍ୟୁରିଟି ଗାର୍ଡ। ଭୁବନେଶ୍ୱର ଫର୍ଚୁନ ଟାୱାରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରନ୍ତି। ହଜିଯାଇଥିବା ପର୍ସ ଫେରାଇ ଆଜି ସେ ଚର୍ଚ୍ଚାରେ। ପର୍ସ ଫେରାଇବା ପରେ ସେ କହିଛନ୍ତି, ମୋହ ମାୟା କ୍ଷଣସ୍ଥାୟୀ। ଟଙ୍କାଏ ଖାଇଥିଲେ ୫ ଟଙ୍କାର କ୍ଷତି ହୁଏ।

ପୂରା ଘଟଣାଟି ଏମିତି। ମଙ୍ଗଳବାର ସଂଧ୍ୟା ପ୍ରାୟ ୬ଟା ହେବ। ଫର୍ଚୁନ ଟାୱାର ଆଗରେ ଛିଡ଼ା ହୋଇଥିଲେ ମୁଦବୀର। ଏହି ସମୟରେ ସେ ପାଇଥିଲେ ଗୋଟିଏ ମନି ପର୍ସ। ଯେଉଁଥିରେ ଥିଲା କିଛି ଟଙ୍କା ସହ ଆଧାର, ପ୍ୟାନ, ଆର୍‌ସି ସ୍ମାଟ କାର୍ଡ୍, ଏଟିଏମ୍। ହେଲେ ପର୍ସ ହଜାଇଥିବା ବ୍ୟକ୍ତି ଜ୍ୟୋତିପ୍ରକାଶ ରାମଙ୍କୁ ନା ସେ ଚିହ୍ନିଥିଲେ ନା କୌଣସି ଫୋନ୍ ନମ୍ବର ପାଇଥିଲେ। ଶେଷରେ ଆଧାରକାର୍ଡ ଠିକଣା ଦେଖି ଭୁବନେଶ୍ୱରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ଫକୀରପୁର ଅଭିମୁଖେ ବାହାରିଲେ। ରାତି ପ୍ରାୟ ୮ଟାରେ ବସ୍‌ରୁ ଓହ୍ଲାଇ ୧୫୦ କିଲୋମିଟର ଦୂରକୁ। ଠିକଣାସ୍ଥଳରେ ପହଞ୍ଚିବା ପରେ ଜ୍ୟୋତିପ୍ରକାଶଙ୍କ ଘରକୁ ଯାଇ ହସ୍ତାନ୍ତର କରିଥିଲେ ମନିପର୍ସ।

ମୁଦବୀର ଖାନ୍ କହିଛନ୍ତି, ସେ ବି ଦିନେ ଏଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜାଇଥିଲେ। ସେଥିପାଇଁ ତାଙ୍କୁ ନାନା ସମସ୍ୟା ସହ ଘାଣ୍ଟି ଚକଟି ହେବାକୁ ପଡ଼ିଥିଲା। ତେଣୁ ତାଙ୍କ ଭଳି ଆଉ କୌଣସି ବ୍ୟକ୍ତି ଯେମିତି କଷ୍ଟ ନପାଉ, ସେଥିପାଇଁ ସେ ପଣ କରିଥିଲେ ପର୍ସ ଫେରାଇବାକୁ। ଆଉ ସେଥିପାଇଁ ଜାମସେଦପୁରରେ ଡାକ୍ତରୀ ପାଠପଢ଼ୁଥିବା ଫକୀରପୁରର ଜ୍ୟୋତିପ୍ରକାଶ ଭୁବନେଶ୍ୱର ଆସି ହଜାଇଥିବା ପର୍ସକୁ ଧରି ରାତାରାତି ଘରେ ଦେଇ ଫେରି ଆସିଲେ ମୁଦବୀର ଖାନ। ସେ କହିଛନ୍ତି, ମୋହ ମାୟା କ୍ଷଣସ୍ଥାୟୀ। ଟଙ୍କାଏ ଖାଇଥିଲେ ୫ ଟଙ୍କାର କ୍ଷତି ହୁଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos