ଗଞ୍ଜାମରେ ଆରୋଗ୍ୟ ହାର ୭୮%କୁ ବୃଦ୍ଧି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ଥିଲା ୩୭ ଶହରୁ ଅଧିକ। ଆଜି ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨ ହଜାର ପାଖପାଖି ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ। ସେ କହିଛନ୍ତି-“ସୁସ୍ଥ ହେଉଥିବା ଲୋକଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉନି। ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୧ ହଜାର କୋଭିଡ୍‌ ବନ୍ଧୁ କାମ କରୁଛନ୍ତି। […]

bijay-amrut-kulanga

bijay-amrut-kulanga

Manoranjan Sial
  • Published: Saturday, 08 August 2020
  • Updated: 08 August 2020, 04:52 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ଥିଲା ୩୭ ଶହରୁ ଅଧିକ। ଆଜି ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨ ହଜାର ପାଖପାଖି ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ।

ସେ କହିଛନ୍ତି-“ସୁସ୍ଥ ହେଉଥିବା ଲୋକଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉନି। ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୧ ହଜାର କୋଭିଡ୍‌ ବନ୍ଧୁ କାମ କରୁଛନ୍ତି। କୋଭିଡ୍‌ ବନ୍ଧୁ ହୋଇ ଲୋକଙ୍କୁ ସଚେତନ କରାଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାମ ଚାଲିଛି। ମଙ୍ଗଳବାର ସୁଦ୍ଧା ସରିଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଏବେ ନିମ୍ନଗାମୀ ହେବା ଦେଖାଯାଉଛି।”

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୨୬୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୬୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୮୮୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos