ରେଢ଼ାଖୋଲ ମେଡିକାଲ ଓପିଡି ଆଉ ୩ ଦିନ ବନ୍ଦ

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର):  କରୋନା ସଂକ୍ରମିତ ଚିହ୍ନଟ ହେବାରୁ ପୂର୍ବରୁ୨ ଦିନ ବନ୍ଦ ରହିଥିବା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗକୁ ଆହୁରି ୩ ଦିନ ପାଇଁ ବନ୍ଦ କରାଯାଇଛି।  ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ହେବା ପରେ ରେଢ଼ାଖୋଲ ଉପଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଓପିଡିକୁ ୩ ଦିନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ରେଢ଼ାଖୋଲ ଚିକିତ୍ସାଳୟରୁ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ତିନି ଜଣ ରୋଗୀ କରୋନା […]

Untuuuuuuuuuuuuuuuu

Tapaswini Nayak
  • Published: Tuesday, 21 July 2020
  • , Updated: 21 July 2020, 09:53 AM IST

ରେଢ଼ାଖୋଲ (ଓଡ଼ିଶା ରିପୋର୍ଟର):  କରୋନା ସଂକ୍ରମିତ ଚିହ୍ନଟ ହେବାରୁ ପୂର୍ବରୁ୨ ଦିନ ବନ୍ଦ ରହିଥିବା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗକୁ ଆହୁରି ୩ ଦିନ ପାଇଁ ବନ୍ଦ କରାଯାଇଛି।  ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ହେବା ପରେ ରେଢ଼ାଖୋଲ ଉପଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଓପିଡିକୁ ୩ ଦିନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

ରେଢ଼ାଖୋଲ ଚିକିତ୍ସାଳୟରୁ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ ଓ ତିନି ଜଣ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ ରେଢାଖୋଲ ଏନଏସି ଅଞ୍ଚଳରେ ଲଗାତାର ତିନି ଦିନରେ ୧୬ଟି ଲୋକାଲ କେସ୍ ବାହାରିଛି। ଦିନକୁ ଦିନ ରେଢାଖୋଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହାକୁ ପୁଣି ଥରେ ବନ୍ଦ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୨,୪୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୫୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୯୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Related story